Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ମହିଳା ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍‌: ସ୍ୱର୍ଣ୍ଣ ଜିତିଲେ ଭାରତର ନିଖତ ଜରିନ

(ଦ କୁଇଭର): ମହିଳା ୱାର୍ଲ୍ଡ ବକ୍ସିଂ ଚାମ୍ପିୟାନସିପରେ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡିଲେ ବକ୍ସର ନିଖତ ଜରିନ । ତୁର୍କୀର ଇସ୍ତାନବୁଲରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ଥାଇଲାଣ୍ଡର ଜିଟପଙ୍ଗ ଜୁଟାମସଙ୍କୁ ହରାଇ ସ୍ବର୍ଣ୍ଣ ଜିତିଛନ୍ତି ନିଖତ । ଭାରତୀୟ ପଞ୍ଚମ ମହିଳା ଭାବେ ସେ ଏହି ସୁବର୍ଣ୍ଣ ବିଜେତାର ଅଧିକାରିଣୀ ହୋଇପାରିଛନ୍ତି । ଆଜିର ଫାଇନାଲ ମ୍ୟାଚରେ ନିକହତଙ୍କ ଏକଚାଟିଆ ପ୍ରଭାବ ଦେଖିବାକୁ ମିଳିଥିଲା। ପୂରା ଟୁର୍ଣ୍ଣାମେଣ୍ଟରେ ନିକହତ ଭଲ ପ୍ରଦର୍ଶନ କରିଥିଲେ।

ତେବେ ନିଖତଙ୍କ ପୂର୍ବରୁ ମେରି କମ, ସରିତା ଦେବୀ, ଜେନି ଆରଏଲ ଏବଂ ଲେଖା କେସି ସ୍ବର୍ଣ୍ଣ ଜିତିଥିଲେ । ଖବର ଅନୁଯାୟୀ ଫାଇନାଲ ମ୍ୟାଚରେ ପ୍ରତିଦ୍ବନ୍ଦୀ ଜିଟପଙ୍ଗ ଜୁଟାମସଙ୍କୁ ୫-୦ ସ୍କୋରରେ ମାତ୍ ଦେଇଛନ୍ତି ନିଖତ । ୫୨ କେଜି ବର୍ଗରେ ଏହି ସଫଳତା ପାଇଛନ୍ତି ନିଖତ । ତେବେ ଏହି ବକ୍ସିଂ ପ୍ରତିଯୋଗୀତାରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ ସହ ୩ଟି ପଦକ ମିଳିଛି ।

Exit mobile version