ପୁରୀ (ଦ କୁଇଭର): ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗରେ ସରକାରଙ୍କୁ ବାରମ୍ବାର ବିବାଦକୁ ଟାଣୁଛନ୍ତି ସାଂସଦ ପିନାକୀ ମିଶ୍ର । ସଂସଦରେ ପ୍ରଥମେ ୪ଟି ଟଏଲେଟ ହେଉଥିବା କହିବା ପରେ ବିବାଦ ବଢିଥିଲା । ଫଳରେ ସରକାରଙ୍କ ମିଛ ପଦାରେ ପଡ଼ିଥିଲା । ସେ ଯଦି ଏହି କଥା କହିନଥାନ୍ତେ, ତେବେ ଏ ପ୍ରସଙ୍ଗ ଏତେ ଗୁରୁତର ବୋଧେ ହୋଇନଥାନ୍ତା । ଆଉ ଏବେ ତାଙ୍କୁର ଆଉ ଏକ ନୂଆ ମନ୍ତବ୍ୟ ଆସିଛି । କରିଡର ପ୍ରକଳ୍ପ ସ୍ଥଳୀରେ ଜିପିଆରଏସ ସର୍ଭେ ହୋଇଥିବା ହୋଇଥିବା କହିଛନ୍ତି । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ପିନାକୀ ଜଣେ ପୁରୁଖା ଆଇନଜୀବୀ ହୋଇ କାହିଁକି ତାଙ୍କ ମର୍ଯ୍ୟାଦା ହାନି କରୁଛନ୍ତି? ଦଳୀୟ ହାଇକମାଣ୍ଡଙ୍କୁ ଖୁସି କରିବାକୁ ଯାଇ ଯେଉଁ ମନ୍ତବ୍ୟ ଦେଉଛନ୍ତି, ସେଥିରୁ ବାହାସ୍ଫୋଟ ବାରି ହେଉଛି । ତାଙ୍କର ମନ୍ତବ୍ୟ ଦର୍ଶାଉଛି, ସେ ପାଠ ବୁଝୁନାହାନ୍ତି ।

କରିଡର ଅଞ୍ଚଳରେ ପୂର୍ବରୁ ଜିପିଆରଏସ ୟୁଟିଲିଟି ସର୍ଭେ କରାଯାଇଛି । ଯାହା କେବେଳ ପାଇପଲାଇନ୍ କେଉଁଠି ଅଛି ତାହା ଦର୍ଶାଇବ । ଯେପରିକି ଶୌଚାଳୟ, ପାଣି ଓ ଫୋନ୍ ତାର ଏହି ୟୁଟିଲିଟି ସର୍ଭେରେ ଦେଖାଯିବ କିନ୍ତୁ ରାଡାର ସର୍ଭେ କରାଯାଇନାହିଁ । ରାଡାର ସର୍ଭେ କେଉଁଠି ହୋଇଛି ପିନାକୀ ତାହା ଦେଖାଇପାରିବେ କି? ହାଇକୋର୍ଟରେ ରାଡାର ସର୍ଭେ ସତ୍ୟପାଠ ଦାଖଲ ହୋଇଛି କି? ଯଦି ରାଡାର ସର୍ଭେ କରାଯାଇଛି, ତେବେ ଏମାର ମଠ ତଳେ ଥିବା ଭଙ୍ଗା ସିଂହମୂର୍ତ୍ତି ଥିବା କେମିତି ଜଣାପଡ଼ିଲାନି? ଏଥିରୁ ଜଣାପଡୁଛି, ପିନାକୀ ବାବୁ ୟୁଟିଲିଟି ସର୍ଭେକୁ ରାଡାର ସର୍ଭେ ଦେଖାଇ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି । ତେଣୁ ବୁଦ୍ଧିଜୀବୀମାନେ କହିଛନ୍ତି ସେ, ପିନାକୀ ଐତିହ୍ୟ ସରଂକ୍ଷଣ ପାଠ ପଢନ୍ତୁ ।

ସେପଟେ ପିନାକୀ ମିଶ୍ରଙ୍କ ଏହି ଟୁଇଟ୍ ମନ୍ତବ୍ୟକୁ ନେଇ କାଉଣ୍ଟର କରିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଶକ ଅନୀଲ ଧୀର । ତାଙ୍କ କହିବାନୁଯାୟୀ, ପିନାକୀ ମିଶ୍ର ବହୂ ପୂର୍ବର ଏକ ପାଇପଲାଇନ୍ ପାଇଁ ହୋଇଥିବା ଜିପିଆରଏସ ରିପୋର୍ଟ ଦେଖାଇ ଲୋକଙ୍କୁ ଭ୍ରମିତ କରୁଛନ୍ତି।

ଐତିହ୍ୟର ଭଗ୍ନାବଶେଷକୁ ଚିହ୍ନଟ କରିବା ପାଇଁ ଜିପିଆରଏସ ରାଡାର ସର୍ଭେ କରାଯାଏ, କିନ୍ତୁ ଶ୍ରୀମନ୍ଦିର ଐତିହ୍ୟ କରିଡର କ୍ଷେତ୍ରରେ ତାହା କରାଯାଇନାହିଁ । କିନ୍ତୁ ପିନାକୀ ମିଶ୍ର ପାଇପଲାଇନ୍ ପାଇଁ ହୋଇଥିବା ୟୁଟିଲିଟି ସର୍ଭେ ଦେଖାଇ ଲୋକଙ୍କୁ ଭ୍ରମିତ କରୁଛନ୍ତି । ନିଜ ଦଳ ବା ସରକାରଙ୍କ କାଳାକରନାମାକୁ ଲୁଚାଇବା ପାଇଁ ମିଛ କହିବା ବନ୍ଦ କରନ୍ତୁ । କାରଣ ନିକଟରେ ସୁପ୍ରିମକୋର୍ଟ କହିଛନ୍ତି, ସୁପ୍ରିମକୋର୍ଟ ଆଇନଜୀବୀ ବୋଲି ମନଇଚ୍ଛା କିଛି କରିପାରିବ ନାହିଁ । ତେଣୁ ସଠିକ୍ ତଥ୍ୟ ଓ ପ୍ରମାଣ ସହ ମନ୍ତବ୍ୟ ଦେବାକୁ ବୁଦ୍ଧିଜୀବୀମାନେ କହୁଛନ୍ତି ।

Leave a Reply

Your email address will not be published. Required fields are marked *