ଆଇନର ହାତ, ମିଛ ନା ସ୍ୱଚ୍ଛ

ବାଲେଶ୍ୱର (ଦ କୁଇଭର): ବେଦୀ ଉପରେ ଚାଲିଥିଲା ପଣ୍ଡିତଙ୍କ ମନ୍ତ୍ରପାଠ । ଆଗ୍ନିକୁ ସାକ୍ଷୀରଖି ବେଦୀ ଉପରେ ପଡିଥିଲା ହାତଗଣ୍ଠି । ଠିକ୍ ଏତିକି ବେଳକୁ ବିବାହ ବେଦୀରୁ ଉଠିଗଲା କନ୍ୟା, ହାତରୁ କାଢିଦେଲା ଚୁଡି, ଆଉ ମଥାରୁ ପୋଛିଦେଲା ସିନ୍ଦୁର । ନା କେହି କିଛି ବୁଝିପାରୁଛନ୍ତି ନା ଜାଣିପାରୁଛନ୍ତି । ହଠାତ୍ କନ୍ୟା କହୁଛି ମୋର ସ୍ୱାମୀ ଅଛି, ମୁଁ ବାହା ହୋଇପାରିବିନି । ବିବାହ ବେଦୀ ଉପରେ ହିଁ ଶଙ୍ଖା କାଢି ଫୋପାଡିଦେଲା କନ୍ୟା । କନ୍ୟାର ଏପରି ରୂପ ଦେଖି ବେଦୀ ଉପରେ ବେହୋସ ହୋଇଗଲା ବର । ବାଲେଶ୍ୱର ଜିଲ୍ଲା ବାଲିଆଳ ଥାନା ରେମୁ ଗାଁରେ ଘଟିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାନୁସାରେ, ବାଲିଆପାଳ ଥାନା ରେମୁ ଗାଁରେ ବେଶ୍ ସୁରୁଖୁରୁରେ ଚାଲିଥିଲା ବାହାଘର । ହଠାତ୍ ବିବାହ ବେଦୀରୁ ଉଠିଗଲା ଝିଅ । ହାତଗଣ୍ଠି ପଡିସାରିବା ପରେ ସିନ୍ଦୂର ପିନ୍ଧାଇବା ସମୟରେ କନ୍ୟା ଜଣଙ୍କ ହାତରୁ ଶଙ୍ଖା ଫୋପାଡି ଦେଇଥିଲେ । ଆଉ ବାହା ନହେବା ପାଇଁ ରୋକଠକ୍ ମନା କରିଦେଇଥିଲେ । ତା ପରେ ବିବାହ ପରେ ବିବାହ ବେଦୀ ଉପରେ ଆରମ୍ଭ ହୋଇଗଲା ତମ୍ବିତୋଫାନ । ସମ୍ପର୍କୀୟ ବୁଝାସୁଝା ବି କରିଛନ୍ତି କନ୍ୟାକୁ । କିନ୍ତୁ ସଂପୃକ୍ତ ଯୁବକଙ୍କୁ ବିବାହ ନକରିବାକୁ ନାରାଜ ଯୁବତୀ ଜଣକ । ଫଳରେ ଉତ୍ୟକ୍ତ ହୋଇ କନ୍ୟାଘର ପକ୍ଷରୁ କନ୍ୟା ଉପରେ ମାଡ ବି ମରାଯାଇଥିଲା । ଏପରି ପରିସ୍ଥିତିରେ ଚେତାଶୂନ୍ୟ ହୋଇଯାଇଥିଲେ ଜଳେଶ୍ୱର ଦେବକୁମାର ଗାଁର ବର ।

ଏଠାରେ ପ୍ରଶ୍ନ ଉଠୁଛି, ସତରେ କ’ଣ ପୂର୍ବରୁ ବାହା ହୋଇସାରିଥିଲେ ଯୁବତୀ? ଯଦି ବାହା ହୋଇସାରିଥିଲେ ଯୁବତୀ ତାହେଲେ କାହିଁକି ଦ୍ୱିତୀୟ ବିବାହ କରିବାକୁ ରାଜି ହୋଇଥିଲେ? ବାହାବେଦୀରୁ ଦେଖିବାକୁ ମିଳୁଥିଲା ଯେ, ଝିଅର ବିନା ଅନୁମତିରେ ବାହାଘର ଚାଲିଥିଲା । ଜୋରଜବରଦସ୍ତ ବିବାହ କରିବାକୁ ଚାହୁଁଥିଲେ କି ଯୁବତୀଙ୍କ ପରିବାର ଲୋକ? ଯଦି ଝିଅ ରାଜି ନଥିଲା ତାହେଲେ ବିବାହ କରୁଥିଲେ କାହିଁକି?

କାହିଁକି ସର୍ବସମ୍ମୁଖରେ ବରପକ୍ଷଙ୍କ ଭାବନା ସହ ଖେଳି ସମ୍ମାନ ହାନି କଲେ କନ୍ୟାପକ୍ଷ? କାହିଁକି ନିଜ ଇଚ୍ଛାକୁ ଜୋର ଜବରଦସ୍ତ ପିଲାଙ୍କ ଉପରେ ଲଦି ଦେଇଛନ୍ତି ବାପା ମା’ । ଯଦି ବରପକ୍ଷରୁ ଏମିତି ହୋଇଥାନ୍ତା, ତେବେ ଆଇନ କାନୁନ ଅନୁଯାୟୀ, ଅନେକ କିଛି କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା । ତେବେ କନ୍ୟାପକ୍ଷରୁ ଯଦି ଏମିତି ହୋଇଛି, ତାହେଲେ କାହିଁକି ବନ୍ଧା ହେବେନି କନ୍ୟାର ବାପା, ମା’ । କାହିଁକି ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *