ନବୀନଙ୍କୁ ଟକ୍କର ଦେବେ ଅପରାଜିତା

ଭୁବନେଶ୍ୱର (ଦ କୁଇଭର): ୨୦୨୪ ପାଇଁ ଆରମ୍ଭ ହେଲାଣି ସଜବାଜ । ସବୁ ରାଜନୈତିକ ଦଳ ସେମାନଙ୍କର ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବାରେ ବ୍ୟସ୍ତ । ବିଜେଡି ତାର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରିଚାଲିଛି । ମିଶନ ଶକ୍ତିକୁ ବଳ କରି ଭୋଟ୍ ହାତେଇବାକୁ ଲକ୍ଷ ରଖିଛି । ନବୀନଙ୍କ ସ୍ୱଚ୍ଛତା ବ୍ରାଣ୍ଡ ଆଗରେ କେହି ତିଷ୍ଠିବେନି ବୋଲି ବିଜେଡି ବେଶ୍ ଭରଷା କରି ରହିଛି । କିନ୍ତୁ ନବୀନଙ୍କୁ ଟକ୍କର ଦେବେ ଅପରାଜିତା । ସ୍ୱଚ୍ଛତା ବ୍ରାଣ୍ଡ ନେଇ ମୈଦାନକୁ ଓହ୍ଲାଉଛନ୍ତି ଅପରାଜିତା । ଆଜି ପର୍ଯ୍ୟନ୍ତ ତାଙ୍କ ଉପରେ କୌଣସି କଳା ଦାଗ ଲାଗିନାହିଁ । ସ୍ୱଚ୍ଛତା ବ୍ରାଣ୍ଡ ନେଇ ଏବେ ନବୀନଙ୍କୁ ଟକ୍କର ଦେବେ ଅପରାଜିତା । ପୁରୀରେ ନବୀନଙ୍କ ସ୍ୱପ୍ନର ପ୍ରକଳ୍ପରେ ହେଉଥିବା ବେଆଇନ ନିର୍ମାଣକୁ ବିରୋଧ କରିବା ପରେ ପୁରୀରେ ପଦଯାତ୍ରା କରିଥିଲେ ଅପରାଜିତା । ସାରା ଓଡ଼ିଶାରେ ଚର୍ଚ୍ଚିତ ହେଲେ । ଆଉ ବୁଧବାର ଗଞ୍ଜାମର ତାରାତାରିଣୀ ପୀଠର ପ୍ରତିଷ୍ଠା ଉତ୍ସବକୁ କଡ଼ା ସୁରକ୍ଷାର ବଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିବା ବେଳେ ଅପରାଜିତା କିନ୍ତୁ ଜନସମ୍ପର୍କ ପ୍ରତିଷ୍ଠା କରି ଯାଇଛନ୍ତି । ୩ କିଲୋମିଟର ଚାଲି ଚାଲି ଯାଇଛନ୍ତି ଓ ନିକଟରେ ଥିବା ଗାଁ ଲୋମମାନଙ୍କ ସହ ମିଶି ଜନସମ୍ପର୍କ ଯାତ୍ରା କରିଛନ୍ତି ଅପରାଜିତା । କେବଳ ଏଠି ନୁହେଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବୁଲି ଜନସମ୍ପର୍କ ଯାତ୍ରା କରୁଛନ୍ତି ଅପରାଜିତା ।

ସେପଟେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ମଧ୍ୟ ତାର ଆଭିମୁଖ୍ୟ ଆରମ୍ଭ କରିଛି । ରାଷ୍ଟ୍ରପତି ନିର୍ବାଚନ ସହ ବିଭିନ୍ନ ନିର୍ବାଚନରେ ଯଦିଓ ବିଜେପି ନିରବ ରହୁଛି, କିନ୍ତୁ ବିଜେପି ତାର ଆଭ୍ୟନ୍ତରୀଣ ସାଙ୍ଗଠନିକ କାର୍ଯ୍ୟକ୍ରମ ଜାରି ରଖିଛି । ବିଶେଷ କରି ଅପରାଜିତାଙ୍କ କାର୍ଯ୍ୟକଳାପକୁ ଆମେ ଲକ୍ଷ କରିବା ତେବେ ଏହା ସ୍ପଷ୍ଟ ହେଉଛି ଯେ, ସାରା ଓଡ଼ିଶାରେ କ୍ୟାମ୍ପେନ କରୁଛନ୍ତି । ସେ ଭୁବନେଶ୍ୱର ସାଂସଦ ହୋଇମଧ୍ୟ ବଂଲାଙ୍ଗୀର କେତେବେଳେ ଯାଉଛନ୍ତି ତ କେତେବେଳେ ବାଲେଶ୍ୱର ତ କେତେବେଳେ ରାଉରକେଲା ତ ଆଉ କେତେବେଳେ ପୁରୀ ଗସ୍ତ କରୁଛନ୍ତି । ରାଜ୍ୟର ବିଭିନ୍ନ ଯାଗାରେ ଯାଇ ପଦଯାତ୍ରା କରୁଛନ୍ତି ଓ ଲୋକଙ୍କ ସହ ମିଶୁଛନ୍ତି । ଏହାଦ୍ୱାରା ଆଗାମୀ ଦିନରେ ସେ ନବୀନଙ୍କୁ ଟକ୍କର ଦେବେ ବୋଲି ଏଥିରୁ ବାରି ହେଉଛି । ବିଜେପି ହୁଏତ ଅପରାଜିତାଙ୍କୁ ନବୀନଙ୍କ ସହଂ ଲଢିବାକୁ ଛାଡ଼ିଦେଇପାରେ ବୋଲି ତାଙ୍କ ଦଳ ଭିତରେ ଆଲୋଚନା ଚାଲିଛି । କାରଣ ବିଜେପିର ସବୁ ନେତୃବୃନ୍ଦ ନିଜ ନିଜ ଅଞ୍ଚଳରେ ସୀମିତ ଥିବା ବେଳେ ଓଡ଼ିଶାର ବିଜେପି ମୁଖିଆ ବୋଲାଉଥିବା ଧର୍ମେନ୍ଦ୍ର ପ୍ରଧାନ ସ୍କୁଲ ଓ ଯଜ୍ଞ କାର୍ଯ୍ୟକ୍ରଅ ବ୍ୟତୀତ ଆଉ କେଉଁଠି ତାଙ୍କର ଦେଖାନାହିଁ । ଏବଂ ଅନ୍ୟ ନେତାମାନେ ଜନସାଧାରଣଙ୍କ ସହତି ଜୋଡି ହୋଇନାହାନ୍ତି । କିନ୍ତୁ ଅପରାଜିତା ସବୁବେଳେ ଲୋକମାନଙ୍କ ସହିତ ଯୋଡ଼ି ହୋଇ ରହିଛନ୍ତି । ଏଥିରୁ ଜଣାପଡ଼ୁଛି ସେ ହିଁ ଏଥର ନବୀନଙ୍କୁ ଟକ୍କର ଦେବେ ।

Leave a Reply

Your email address will not be published. Required fields are marked *