ଲାଲୁ ଯାଦବଙ୍କ ଘରେ ସିବିଆଇ ଚଢାଉ

(ଦ କୁଇଭର ବ୍ୟୁରୋ): ଗୋଖାଦ୍ୟ ଦୁର୍ନିତୀ ମାମଲାପରେ ନିକଟରେ ଜାମିନରୁ ମୁକୁଳିଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ଯାଦବଙ୍କ ପୁଣି ବଢିଛି ସମସ୍ୟା । ଏକ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କର ୧୭ ଟି ସ୍ଥାନ ଉପରେ ଚଢାଉ କରିଛି ସିବିଆଇ ଟିମ୍ ।

ଏଥିସହ ଆଜି ସକାଳୁ ସକାଳୁ ସିବିଆଇ ଟିମ୍ ପାଟନାସ୍ଥିତି ପୂର୍ବତନ ସିଏମ୍ ତଥା ଲାଲୁ ଯାଦବଙ୍କ ପତ୍ନୀ ରାବରି ଦେବୀଙ୍କ ବାସଭବନରେ ବି ପହଞ୍ଚିଛି। ତାଙ୍କ ପତ୍ନୀ ରାବଡୀ ଦେବୀ ଓ ଝିଅ ମୀସା ଭାରତୀଙ୍କ ପାଟନା, ଗୋପାଲଗଞ୍ଜ ଓ ଦିଲ୍ଲୀ ସ୍ଥିତ ବାସଭବନରେ ରେଡ୍ ହୋଇଛି । ବିଭିନ୍ନ ଦୁର୍ନୀତି ସହ ଜଡିତ ମାମଲାକୁ ନେଇ ଏହି ଚଢଉ କରାଯାଇଛି ।

ଅଭିଯୋଗ ରହିଛି ଯେ ଯେତେବେଳେ ଲାଲୁ ଯାଦବ ରେଳମନ୍ତ୍ରୀ ଥିଲେ, ସେତେବେଳେ ସେ ରେଳବାଇରେ ତାଙ୍କର ଅନେକ ପରିଚିତ ବ୍ୟକ୍ତିଙ୍କୁ ଚାକିରି ଦେଇଥିଲେ। ଏହାର ପ୍ରତିବଦଳରେ ତାଙ୍କ ପରିବାରଠାରୁ ସେ ଶସ୍ତାରେ ଜମି ନେଇଥିଲେ । ସିବିଆଇ ସନ୍ଦେହ କରୁଛି ଯେ ଏହି ମାମଲାରେ ଜମି କିଣିବା ବଦଳରେ ଟଙ୍କା ମଧ୍ୟ ପଇଠ କରାଯାଇ ନାହିଁ ।

ସୂତ୍ରରୁ ପ୍ରକାଶ ଯେ ଲାଲୁ ଯାଦବଙ୍କ ପରିବାର ସଦସ୍ୟଙ୍କ ଆକାଉଣ୍ଟରେ ଏକ କୋଟି ୨୦ ଲକ୍ଷ ଟଙ୍କା ଆସିଥିଲା। ଏହା ବ୍ୟତୀତ ଲାଲୁ ଯାଦବଙ୍କ ସମ୍ପର୍କୀୟମାନେ ଦିଲ୍ଲୀ, ପାଟନା ଏବଂ ଦାନାପୁର ସମେତ ଅନେକ ସ୍ଥାନରେ ଜମି କିଣିଥିଲେ । ମାମଲାରେ ସିବିଆଇ ଏଫଆଇଆର ଦାଖଲ କରିଥିଲା । ଯାହାକୁ ଭିତ୍ତି କରି ୧୭ଟି ସ୍ଥାନରେ ରେଡ୍ କରାଯାଇଛି ।

Leave a Reply

Your email address will not be published. Required fields are marked *