Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ରାଜଧାନୀରେ ଟମାଟୋ ଫ୍ଲୁ ଆତଙ୍କ

(ଦ କୁଇଭର ବ୍ୟୁରୋ): ସାବଧାନ ରାଜଧାନୀବାସୀ, ରାଜଧାନୀରେ ମାତିଲାଣି ଟମାଟୋ ଫ୍ଲୁ । କୁହାଯାଉଛି ଏହା ଏକ ଭାଇରାଲ ରୋଗ । ଏହି ଟମାଟୋ ଫ୍ଲୁ ଏବେ ଶିଶୁଙ୍କ ପାଇଁ ବିପଦର କାରଣ ପାଲଟିଛି । ଟମାଟପରି ଏହି ରୋଗ ଶିଶୁଙ୍କ ଶରୀରରେ ଫଳି ଯାଉଥିବାରୁ ଏହାକୁ ଟମାଟୋ ଫ୍ଲୁ ବୋଲି କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ସବୁଠି ଏବେ ହାଇ ଆଲର୍ଟ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତଅନୁସାରେ ଏହି ଭାଇରସ ଦ୍ୱାରା ହୋଇଥାଏ ଟମାଟୋ ଫ୍ଲୁ । ପ୍ରଥମେ କେରଳ ଓ ତାମିଲନାଡ଼ୁରେ ଟମାଟୋ ଫ୍ଲୁ ଆତଙ୍କ ଚିହ୍ନଟ ହେବା ପରେ ବର୍ତ୍ତମାନ ଏହାକୁ ନେଇ ଓଡ଼ିଶା ସରକାର ସତର୍କ ରହିଛନ୍ତି । ଓଡ଼ିଶାକୁ ଏହି ଟମାଟୋ ଫ୍ଲୁର ଆକ୍ରାନ୍ତ ଆସୁଥିବା ଜଣାପଡ଼ିଛି । ତେବେ କାହିଁକି ହୁଏ ଏହି ଟମାଟୋ ଫ୍ଲୁ? କେମିତି ବ୍ୟାପିଟାଏ ଏହି ଭାଇରସ? ଏହାର ଲକ୍ଷଣ କ’ଣ ଜାଣଛନ୍ତି କି? ବିଶେଷତଃ

୧- ଟମାଟୋ ଫ୍ଲୁ ଯୋଗୁ ଅତ୍ୟଧିକ ଜ୍ୱର ହୋଇଥାଏ । ଏହାଦ୍ୱାରା ପିଲାମାନେ ସାଧାରଣତଃ ଖାଇବାକୁ ରାଜି ହୁଅନ୍ତି ନାହ. ବାରମ୍ବାର ବାନ୍ତି ହୋଇଥାଏ ।
୨- ଶରୀରରେ ଗଣ୍ଠି ସବୁ ଫୁଲିଯିବା
୩- ଶରୀର ଘୋଳାବିନ୍ଧା ହୋଇଥାଏ ।
୪- ସେହିପରି ଛୋଟ ପିଲାଙ୍କ ଶରୀରରେ ଆଲର୍ଜି ଭଳି କିଛି ଫଳିବା ସହ ନାଲି ଦାଗ ସୃଷ୍ଟି ହୋଇଥାଏ ।
୫- କିଛି ଆକ୍ରାନ୍ତଙ୍କ ଶରୀରରେ ଫୋଟକା ମଧ୍ୟ ସୃଷ୍ଟି ହୋଇଥାଏ ।
୬- ଥଣ୍ଡାକାଶ ହେବା ସହ ଡାଇରିଆ ହେବାଭଳି ଲକ୍ଷଣ ଦେଖାଦିଏ ।
୭- ଟମାଟୋ ଫ୍ଲୁର ଲକ୍ଷଣ ଚିକନଗୁନିଆ ରୋଗ ସହ ପ୍ରାୟତଃ ସମାନ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ସୂଚନାନୁସାରେ ଭୁବନେଶ୍ୱର ଇଓଓଗଝ କୁ ଆସୁଛନ୍ତି ସନ୍ଦିଗ୍ଧ ଟମାଟୋ ଫ୍ଲୁ ରୋଗୀ । ଏନେଇ ସୂଚନା ଦେଇଛନ୍ତି ଇଓଓଗଝର ଆଡିସନାଲ ସୁପରିଣ୍ଟଣ୍ଡେଣ୍ଟ ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ । ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ମଧ୍ୟ ଟମାଟୋ ଫ୍ଲୁ ଆଶଙ୍କା ବଢ଼ି ବଢ଼ି ଚାଲିଛି । ଫଳରେ ଏମ୍ସକୁ ମଧ୍ୟ ଏପରି ଲକ୍ଷଣ ଥିବା ରୋଗୀ ଆସୁଥିବା ସୂଚନା ରହିଛି । ଏମିତି କି ପ୍ରତିଦିନ ୪ରୁ ୫ ଜଣ ଏଭଳି ଲକ୍ଷଣ ଥିବା ରୋଗୀ ଆସୁଛନ୍ତି । ପ୍ରାୟ ୨ ସପ୍ତାହ ହେବ ଏଭଳି ଲକ୍ଷଣ ଥିବା ରୋଗୀ ଏମ୍ସକୁ ଆସୁଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷେ, କେରଳରେ ବର୍ତ୍ତମାନ ସୁଦ୍ଧା ଟମାଟୋ ଫ୍ଲୁର ୮୨ଟି କେସ୍ ଚିହ୍ନଟ ହୋଇସାରିଲାଣି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ କୌଣସି ଆଡ଼ଭାଇଜାରି ଆସିନି କିମ୍ବା ସର୍ଭେଲାନ୍ସ କରିବାକୁ ଆଲର୍ଟ ବି ଜାରି କରାଯାଇନି। ତେଣୁ ବର୍ତ୍ତମାନ କୌଣସି ଆତଙ୍କିତ ହେବାର ନାହିଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆଶ୍ୱାସନା ଦେଇଛନ୍ତି।

ଟମାଟୋ ଫ୍ଲୁ ପ୍ରସଙ୍ଗରେ ଡାକ୍ତର ଏବଂ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଇଛି। ସେମାନଙ୍କ ମତ, ଟମାଟୋ ଫ୍ଲୁ ଏକ ଭାଇରାଲ ରୋଗ। ଏହା ଗ୍ରୀଷ୍ମଦିନ ଶେଷ ଏବଂ ବର୍ଷା ଦିନ ଆରମ୍ଭରୁ ହୋଇଥାଏ । ତେଣୁ ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟା ବିଶେଷଜ୍ଞ

Exit mobile version