ପରଲୋକରେ ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ

ଭୁବନେଶ୍ୱର(ଦ କୁଇଭର): ବରିଷ୍ଠ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ । ତାଙ୍କୁ ମୃତ୍ୟୁ ବେଳକୁ ୯୨ ବର୍ଷ ହୋଇଥିଲା । ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନାଦେଲେ ସିପିଆଇ (ଏମ୍) ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ । ସେ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ଲଢ଼ି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ୧୯୭୭ରୁ ୮୦ ଯାଏଁ, ୧୯୮୯ରୁ ୯୧ ଯାଏଁ ଏବଂ ୧୯୯୧ରୁ ୯୬ ଯାଏଁ ଭୁବନେଶ୍ୱରର ସାଂସଦ ଥିଲେ । ସେ ଓଡ଼ିଶାରେ ସିପିଆଇଏମର ଅନ୍ୟତମ ଫାଉଣ୍ଡର ଥିଲେ ।

Leave a Reply

Your email address will not be published. Required fields are marked *