Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଜାପାନରେ ପ୍ରଧାନମନ୍ତ୍ରୀ ମୋଦି

(ଦ କୁଇଭର ବ୍ୟୁରୋ): ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ଵାଡ୍ ସମିତିରେ ଯୋଗ ଦେବାକୁ ସେ ଜାପାନ ଗସ୍ତରେ ଯାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କର ଭବ୍ୟ ସ୍ଵାଗତ କରାଯାଇଛି। ତେବେ ମୋଦିଙ୍କ ଜାପାନ ଗସ୍ତ ଖୁବ୍ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି । ମୋଦି ଏନେଇ ଟ୍ଵିଟ୍ କରି କହିଛନ୍ତି ଯେ, ଆମର ଶାନ୍ତି, ସ୍ଥିରତା, ଏବଂ ସମୃଦ୍ଧତା ପାଇଁ ଏହା ଏକ ସହଭାଗୀତା। ୭୦ ବର୍ଷ ପୂରଣ କରିଥିବା ଏହି ବନ୍ଧୁତ୍ଵ ଯାତ୍ରାକୁ ମୁଁ ଆଗକୁ ନେଉଛି।

ସୂଚନାନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଜାପାନ ଗସ୍ତରେ ଯାଇ ସୋମବାର ସକାଳୁ ଟୋକିଓରେ ପହଞ୍ଚିଛନ୍ତି । ସେଠାରେ ପ୍ରବାସୀ ଭାରତୀୟମାନେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ସୋମବାର ଓ ମଙ୍ଗଳବାର ଦୁଇଦିନିଆ ଗସ୍ତ କାଳରେ ମୋଦୀ ଦ୍ବିତୀୟ କ୍ବାଡ ସମ୍ମିଳନୀରେ ଯୋଗ ଦେବେ।

ଏହା ସହିତ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଅଷ୍ଟ୍ରେଲିଆର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କ ସହିତ ମୋଦୀ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। କ୍ବାଡ ସମ୍ମିଳନୀରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକା ମଧ୍ୟରେ ପାରସ୍ପରିକ ସହଯୋଗ ଉପରେ ଆଲୋଚନା ହେବ ବୋଲି ସୂଚନାମିଲିଛି ।

Exit mobile version