ସ୍କୁଲରେ ଆଖିବୁଜା ଗୁଳିମାଡ: ୨୧ ମୃତ

(ଦ କୁଇଭର ବ୍ୟୁରୋ): ପୁଣି ଆମେରିକାରେ ଆଖିବୁଜା ଗୁଳିମାଡ। ଦିନ ଦ୍ୱିପହରେ ଟେକ୍ସାସର ଏକ ପ୍ରାଇମେରୀ ସ୍କୁଲକୁ ଟାର୍ଗେଟ କରିଥିଲେ କିଛି ଦୁର୍ବୁତ୍ତ । ଗୁଳିମାଡରେ ଚାଲିଗଲା ୧୮ ନିରୀହ ଶିଶୁଙ୍କ ଜୀବନ । ସୂଚନାନୁସାରେ ଟେକ୍ସାସର ଏକ ବିଦ୍ୟାଳୟରେ ଗୁଳି ବିନିମୟରେ ୧୮ ଜଣ ଶିଶୁଙ୍କ ସମେତ ମୋଟ ୨୧ ଜଣଙ୍କର ମୃତ୍ୟୁ ଘଟିଛି ।

ଆମେରିକାର ଟେକ୍ସାସର ଏକ ପ୍ରାଥମିକ ବିଦ୍ୟାଳୟରେ ବନ୍ଧୁକଧାରୀ ଗୁଳି ଚାଳାଇଥିଲେ । ଯେଉଁଥିରେ ବିଦ୍ୟାଳୟରେ ଉପସ୍ଥିତ ୧୮ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ମଧ୍ୟ ପ୍ରାଣ ହରାଇଛନ୍ତି । ଗୁଳି ମାଡରେ ମୃତକ ପିଲାମାନଙ୍କର ବୟସ ୭ରୁ ୧୦ ବର୍ଷ ମଧ୍ୟରେ ଥିଲା । ଏହି ଆକ୍ରମଣରେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ସୁରକ୍ଷା ବାହିନୀ ଏହାର ପ୍ରତିଶୋଧ ନେଇ ଆକ୍ରମଣକାରୀଙ୍କୁ ହତ୍ୟା କରିଥିଲା ।

କିଛି ପୋଲିସ ଅଧିକାରୀ ମଧ୍ୟ ଗୁଳିମାଡ଼ରେ ଆହତ ହୋଇଛନ୍ତି । ଭୟରେ ସ୍କୁଲର ଛାତ୍ରଛାତ୍ରୀମାନେ ଦୌଡ଼ି ପଳାଇବାକୁ ଅନେକ ପିଲା ଆହତ ହୋଇଛନ୍ତି । ତେବେ ଆତତାୟୀ କାହିଁକି ଗୁଳିମାଡ଼ କଲା ତାହା ଅସ୍ପଷ୍ଟ ରହିଛି । ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ କରି ରାଷ୍ଟ୍ରପତି ଜୋ ବାଇଡେନ୍ ଘଟଣାକୁ ନିନ୍ଦା କରିଛନ୍ତି । ଘଟଣାକୁ ନରସଂହାର ବୋଲି କହିଛନ୍ତି ଜୋ ବାଇଡେନ୍ ।

ଟେକ୍ସାସ୍ ଗଭର୍ଣ୍ଣର ଗ୍ରେଗ୍ ମାମଲାକୁ ଦୃଢ ଭାବେ ନିନ୍ଦା କରିଛନ୍ତି । ଉବାଲ୍ଡ ଏଖ ଛୋଟ ସହର ଅଟେ । ଯେଉଁ ସ୍କୁଲରେ ଆତତାୟୀ ଆକ୍ରମଣ କରିଛି ସେଠାରେ ମାତ୍ର ୬୦୦ ଜଣ ପଢୁଥିଲେ । ରାଜ୍ୟପାଳ ଏହି ଆକ୍ରମଣକୁ ୨୦୧୨ ସ୍ୟାଣ୍ଡି ସ୍କୁଲର ଗୁଳିକାଣ୍ଡ ସହ ତୁଳନା କରିଛନ୍ତି । କାରଣ ସାଣ୍ଡି ସ୍କୁଲରେ ଏପରି ଗୁଳିକାଣ୍ଡ ଘଟିଥିଲା ।

ଯେଉଁଥିରେ ୨୦ ଜଣ ପ୍ରାଣ ହରାଇଥିଲେ । କୁହାଯାଉଛି ଯେ ଆକ୍ରମଣକାରୀ ଜଣେ ୧୮ ବର୍ଷ ବୟସ୍କ ଯୁବକ ଏବଂ ସେ ଗୁଳି ଚଳାଇବା ସମୟରେ ଉଭାଲଡେ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ କରିଥିଲେ। ଯିଏ ତାଙ୍କ ସାମ୍ନାକୁ ଆସିଲା ଆଖିବୁଜା ଗୁଳି ମାଡ କରିଥିଲେ । ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ନାମ ସାଲଭାଡୋର ରାମୋସ ବୋଲି କୁହାଯାଉଛି। ତେବେ ବନ୍ଧୁକଧାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ପୋଲିସର ଦାବି କରିଛି । ଏହି ଦୁଃଥଦ ଘଟଣା ପରେ ଆମେରିକାରେ ୪ ଦିନିଆ ରଷ୍ଟ୍ରୀୟ ଶୋକ ଘୋଷଣା ସହ ସବୁ ସରକାରୀ କାର୍ଯ୍ୟାଳୟରେ ଅର୍ଦ୍ଧନମିତ ରହିବ ଜାତୀୟ ପତକା ।

Leave a Reply

Your email address will not be published. Required fields are marked *