ଶିକ୍ଷାବିଭାଗ ଓ ଓପିଏସସିକୁ  ୟୁଜିସି ଦେଲା ଏହି ଚେତାବନୀ

ନୂଆଦିଲ୍ଲୀ (ଦ କୁଇଭର): ରାଜ୍ୟ ଶିକ୍ଷା ବିଭାଗ ଓ ଓପିଏସ୍ସିକୁ ଚିଠି ଲେଖି ତାଗିଦ୍ କଲା ୟୁଜିସି । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ୨୦୨୦ର ଉଲ୍ଲଂଘନକୁ ନେଇ ୟୁଜିସି ରାଜ୍ୟ ଶିକ୍ଷା ବିଭାଗ ଓ ଓପିଏସସିକୁ ଏକ ତାଗିଦ୍ ପତ୍ର ଦେଇଛି। ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତିକୁ ନେଇ ଶିକ୍ଷାବିଭାଗ ଓ ଓପିଏସସି ଉପରେ କ୍ଷୁବ୍ଧ ହୋଇଛି ୟୁଜିସି। ସୁପ୍ରିମୋକୋର୍ଟ ଙ୍କ ନିର୍ଦ୍ଦେଶକୁ ଉଲ୍ଲଘଂନ କରିଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଏଥିସହ ନିଯୁକ୍ତି ପ୍ରକ୍ରିୟାରୁ ଦୂରେଇ ରହିବାକୁ ଚିଠିରେ ଲେଖାରହିଛି । ଏହାକୁ ଅବମାନନା କଲେ ଆଇନଗତ କାର୍ୟ୍ୟାନୁଷ୍ଠାନ କରାଯିବ ବୋଲି ୟୁଜିସି ତାଗିଦ୍ କରିଛି ।

ମେ’ ୨୩ରେ ଓପିଏସସି ସମାଜ ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିର ଫଳାଫଳ ଓ ମେ’ ୨୪ରେ ବାଣିଜ୍ୟର ଆସିଷ୍ଟାଣ୍ଟ ପ୍ରଫେସର ଡକୁମେଣ୍ଟ ଭେରିଫିକେସନ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁପ୍ରିମକୋର୍ଟରେ ଓଡ଼ିଶା ବିଦ୍ୟାଳୟ ସଂଶୋଧନ ଆଇନ୍ ବିଚାରାଧୀନ ରହିଛି। ତେଣୁ ଓପିଏସସି ଦ୍ୱାର ଶିକ୍ଷକ ନିଯୁକ୍ତି ଓ ଏସଏସବି ଦ୍ୱାରା ଅଣଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ସୁପ୍ରିମକୋର୍ଟର ନିର୍ଦ୍ଦେଶର ଉଲ୍ଲଘନ କରୁଛି। ରାଜ୍ୟ ସରକାର ଓ ଓଡ଼ିଶା ଲୋକସେବା ଆୟୋଗ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହ ନିଯୁକ୍ତି ପ୍ରକ୍ରିୟାରୁ ଦୂରେଇ ରହିବାକୁ ଚିଠିରେ ଉଲ୍ଲେଖ ରହିଛି। ଏଥିରେ ଅବମାନନା କଲେ ଆବଶ୍ୟକ ହେଲେ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ୟୁଜିସି ଚିଠିରେ ଉଲ୍ଲେଖ ରହିଛି।

ଅନ୍ୟପଟେ, ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ମାମଲାର ଶୁଣାଣି କରି ୩ ମାସ ପାଇଁ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ । ଏହାସହ ଓଡ଼ିଶା ସରକାରଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ । ୨ ମାସ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପୂର୍ବରୁ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍କୁ କ୍ଲିନ୍ ଚିଟ୍ ଦେଇଥିଲେ ଓଡ଼ିଶା ହାଇକୋର୍ଟ ।

Leave a Reply

Your email address will not be published. Required fields are marked *