ଭାରତ ଆସିପାରିଲାନି ଟେସଲା, ବଡ଼ ନିଷ୍ପତ୍ତି ନେଲେ ମସ୍କ

(ଦ କୁଇଭର ବ୍ୟୁରୋ): ଆମେରିକାର ଲୋକପ୍ରିୟ ଇଲେକ୍ଟ୍ରିକ କାର ନିର୍ମାଣ କରୁଥିବା କମ୍ପାନୀ ଟେସଲା(Tesla)ର ଭାରତ ଏଣ୍ଟ୍ରିକୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ଏହାରି ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି କମ୍ପାନୀର ସିଇଓ ଏଲନ ମସ୍କ। ଭାରତରେ ନିକଟ ଭବିଷ୍ୟତରେ ଟେସଲା କୌଣସି ପ୍ଲାଣ୍ଟ ଖୋଲୁନାହିଁ ବୋଲି ସେ ଟ୍ବିଟ କରି ସ୍ପଷ୍ଟ କରିଛନ୍ତି । ସେ ଟ୍ବିଟରେ କହିଛନ୍ତି ଯେ ଯେଉଁ ପର୍ୟ୍ୟନ୍ତ ଏଠାରେ କାରର ବିକ୍ରି ଓ ସର୍ଭିସିଂ ପାଇଁ ଅନୁମତି ଦିଆଯାଇନାହିଁ, ସେ ପର୍ୟ୍ୟନ୍ତ ଏଠାରେ କୌଣସି ପ୍ଲାଣ୍ଟର ସ୍ଥାପନ ହେବ ନାହିଁ ।

ମସ୍କ ଟ୍ବିଟରରେ ଜଣେ ୟୁଜର୍ସଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି ଟ୍ବିଟ କରିଥିଲେ । ୟୁଜର୍ସ ଜଣକ ଭାରତରେ ଟେସଲା ପ୍ଲାଣ୍ଟ ନିର୍ମାଣ ଯୋଜନା ସମ୍ପର୍କରେ ଏଲନ ମସ୍କଙ୍କୁ ପ୍ରଶ୍ନ କରିଥିଲେ । କେବଳ ଭାରତ ନୁହେଁ ଟେସଲା ଏମିତି କୌଣସି ବି ସ୍ଥାନରେ ପ୍ଲାଣ୍ଟର ସ୍ଥାପନ କରିବ ନାହିଁ, ଯେଉଁଠି ପ୍ରଥମେ କାର ବିକ୍ରି ଓ ସର୍ଭିସିଂ ପାଇଁ ଅନୁମତି ଦିଆଯାଇନାହିଁ । ମସ୍କଙ୍କ ଏହି ଟ୍ବିଟ ସ୍ପଷ୍ଟ କରିଛି ଯେ ଭାରତ ଓ ଟେସଲା ମଧ୍ୟରେ ଦେଶରେ କାର ଉତ୍ପାଦନ ପ୍ଲାଣ୍ଟ(ଗବଦ୍ଭଙ୍କଲବମଗ୍ଧଙ୍କକ୍ସସଦ୍ଭଶ ଚକ୍ଷବଦ୍ଭଗ୍ଧ) ସ୍ଥାପନ ନେଇ କୌଣସି ରାସ୍ତା ଖୋଲନାହିଁ ।

ଏକ ରିପୋର୍ଟ ଅନୁସାରେ ଟେସଲା ଭାରତର କାର ଶୋ’ ରୁମରେ ନିଜ କମ୍ପାନୀର କାର ପାଇଁ ସ୍ଥାନ ଖୋଜିବା ବନ୍ଦ କରିଛି । ଏହାସହିତ ଭାରତରେ କାମ କରୁଥିବା ନିଜ ଟିମକୁ ଅନ୍ୟ ଦାୟିତ୍ବ ଦେଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ଟେସଲା ନିକଟ ଭବିଷ୍ୟତରେ ଭାରତରେ କମ୍ପାନୀର ପ୍ଲାଣ୍ଟ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛି । ଏଲନ ଚାହୁଁଛନ୍ତି କି ଭାରତରେ ଟେସଲା ଫ୍ୟାକ୍ଟ୍ରି ସ୍ଥାପନ ହେବା ପୂର୍ବରୁ ସରକାର ତାଙ୍କ କାରକୁ ବଜାର ପ୍ରବେଶ ପାଇଁ ଅନୁମତି ଦିଅନ୍ତୁ । ଫଳରେ ଭାରତରେ କାରର ଚାହିଦା ସମ୍ପର୍କରେ ସେ ଜାଣିପାରିବେ ।

କିନ୍ତୁ ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ ଯଦି ଟେସଲା ଭାରତରେ କାର ବିକ୍ରି କରିବାକୁ ଚାହୁଁଛି ତେବେ ପ୍ରଥମେ ଦେଶରେ ଏହାର ପ୍ଲାଣ୍ଟ ସ୍ଥାପନ କରୁ । ଟେସଲାର ଚୀନରେ ଏକ ପ୍ଲାଣ୍ଟ ରହିଛି । ସେଠାରୁ ଅନେକ କାର ନିର୍ମାଣ କରାଯାଉଛି । ତେବେ ଚୀନରେ ନିର୍ମିତ ହେଉଥିବା କାରର ଭାରତରେ କୌଣସି ସ୍ଥାନ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଭାରତରେ ପଶ୍ଚିମବଙ୍ଗ, ତେଲେଙ୍ଗାନା, ପଞ୍ଜାବ, ମହାରାଷ୍ଟ୍ର ଓ ତାମିଲନାଡୁରେ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲା ।

Leave a Reply

Your email address will not be published. Required fields are marked *