ବିମାନ ଯାତ୍ରା ନିୟମରେ ପରିବର୍ତ୍ତନ: ଏବେ ଏହି ଲୋକ ବିମାନରେ କରିପାରିବେନି ଯାତ୍ରା

(ଦ କୁଇଭର ବ୍ୟୁରୋ): ବିମାନ ଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଡିଜିସିଏ । ଡିଜିସିଏ ବିମାନ ଯାତ୍ରା ନିୟମରେ ଏକ ବଡ ପରିବର୍ତ୍ତନ କରିଛି । ବର୍ତ୍ତମାନ ଭିନ୍ନକ୍ଷମ ଯାତ୍ରୀ ବିମାନରେ ବସିବା ପାଇଁ ଫିଟ୍ କି ନାହଁ. ଏହା ବିମାନ କମ୍ପାନୀଗୁଡିକ ନିଷ୍ପତ୍ତି ନେବେ ନାହିଁ, କିନ୍ତୁ ଡାକ୍ତରମାନେ ନିଷ୍ପତ୍ତି ନେବେ । ସେ ବିମାନ ଯାତ୍ରା କରିବାକୁ ସକ୍ଷମ କି ନୁହଁ ଡାକ୍ତର ରିପୋର୍ଟ ଦେବେ । ଡାକ୍ତରୀ ରିପୋର୍ଟ ପାଇବା ପରେ ଏୟାରଲାଇନ୍ସ ଉପଯୁକ୍ତ ପଦକ୍ଷେପ ନେଇ ପାରିବ ବୋଲି ଡିଜିସିଏ କହିଛି ।

ରାଞ୍ଚି ବିମାନ ବନ୍ଦରରରେ ଜଣେ ଭିନ୍ନକ୍ଷମଙ୍କୁ ଇଣ୍ଡିଗୋ ବିମାନ ପକ୍ଷରୁ ବାରଣ କରାଯିବା ନେଇ ଦେଶବ୍ୟାପି ଚର୍ଚ୍ଚାର କାରଣ ପାଲିଟିଥିଲା। ଏହି ଘଟଣା ଚାରିଆଡ଼େ ସମାଲୋଚିତ ହେଉଥିଲା, ଏହା ପରେ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଏହାକୁ ଜାଣି ଏହାର ତଦନ୍ତ ଆରମ୍ଭ କରିଥିଲା । ଏହା ପରେ ଉକ୍ତ ବିମାନ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା। ଏହା ପରେ ଡିଜିସିଏ ପକ୍ଷରୁ ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *