Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଜୁନ୍‍ ଶେଷରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ

ଭୁବନେଶ୍ୱର (ଦ କୁଇଭର): ଚଳିତ ମାସ ଅର୍ଥାତ ଜୁନ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମାଟ୍ରିକ ଖାତା ଦେଖା ଶେଷ ହୋଇଛି । ଆଉ ପରୀକ୍ଷା ଫଳ ପ୍ରକାଶ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ଓଡ଼଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏପ୍ରିଲ ୨୯ ତାରିଖଠାରୁ ମାଟ୍ରିକ ସମ୍ମେଟିଭ- ୨ ପରୀକ୍ଷା ଆରମ୍ଭ ହୋଇଥିଲା। ଚଳିତଥର ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ପାଇଁ ୩ ହଜାର ୫୪୦ ଟି ପରୀକ୍ଷା କେନ୍ଦ୍ର ହୋଇଛି। ତନ୍ମଧ୍ୟରୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୩ ହଜାର ୨୦୩ଟି କେନ୍ଦ୍ରରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିଲା। ସେହିଭଳି ରାଜ୍ୟ ମୁକ୍ତ ବିଦ୍ୟାଳୟର ୯ ହଜାର ୩୭୮ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୨୧୫ଟି ପରୀକ୍ଷା କେନ୍ଦ୍ର ଏବଂ ସଂସ୍କୃତ ମଧ୍ୟମା ରେ ୪ ହଜାର ୪୪୩ ଜଣ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ୧୨୨ଟି ପରୀକ୍ଷା କେନ୍ଦ୍ର ହୋଇଥିଲା।

Exit mobile version