(ଦ କୁଇଭର ବ୍ୟୁରୋ): ଇସ୍ତଫା ଦେଲେ ନବୀନଙ୍କ ସମସ୍ତ ମନ୍ତ୍ରୀ । ୨୦୨୪ ସାଧାରଣ ନିର୍ବାଚନକୁ ଫୋକସ୍ କରି ନୂଆ ଟିମ୍ ଗଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନେକ ନୂଆ ଚେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବାକୁ ଥିବାବେଳେ କିଛି ପୁରୁଖାଙ୍କୁ ବାଦ୍ ଦିଆଯାଇପାରେ । ଅନେକ ଯୁବ ଚେହେରାଙ୍କୁ ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ନବୀନଙ୍କ ନୂତନ ଟିମରେ ଗଂଜାମରୁ ଲତିକା ପ୍ରଧାନ, ଯାଜପୁରରୁ ପ୍ରୀତିରଂଜନ ଘଡ଼େଇ, ସମ୍ବଲପୁରରୁ ରୋହିତ ପୂଜାରୀ, ନବରଙ୍ଗପୁରରୁ ମନୋହର ରାନ୍ଧାରୀ , ଭଦ୍ରକରୁ ବ୍ୟୋମକେଶ ରାୟ, ପୁରୀରୁ ରୁଦ୍ର ପ୍ରତାପ ମହାରଥୀ, ବୌଦ୍ଧରୁ ପ୍ରଦୀପ ଅମାତ, କେନ୍ଦୁଝରରୁ ବନ୍ଦ୍ରି ନାରାୟଣ ପାତ୍ର, କେନ୍ଦ୍ରାପଡାରୁ ଅତନୁ ସବ୍ୟସାଚୀ ନାୟକ, ମୟୂରଭଞ୍ଜରୁ ବାସନ୍ତି ହେମ୍ବ୍ରମଙ୍କୁ ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ନୂଆ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଫୋନ୍ କଲ୍ ଆସୁଥିବା ସୂଚନା ମିଳିଛି। ଯେଉଁମାନଙ୍କୁ ପାଖକୁ କଲ କରାଯାଉଛି, ସେମାନଙ୍କୁ ହେଡକ୍ୱାଟର୍ସ ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ନୂଆ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିବ ସୁଯୋଗ ? କାହା ଉପରେ ଭରସା କରିବେ ନବୀନ, ତାହା ଆସନ୍ତାକାଲି ଜଣାପଡ଼ିବ । ସୂଚନାନୁସାରେ ନୂଆ ମନ୍ତ୍ରୀ ଆସନ୍ତାକାଲି ସକାଳ ୧୧ଟା ୪୫ ମିନିଟ୍ ସମୟରେ ରାଜଭବନରେ ଶପଥ ନେବେ ।

Leave a Reply

Your email address will not be published. Required fields are marked *