ତାତିରେ ସିଝୁଛି ପଶ୍ଚିମ ଓଡିଶା: ବିଳମ୍ବରେ ଛୁଇଁପାରେ ମୌସୁମୀ

(ଦ କୁଇଭର ବ୍ୟୁରୋ): ଅସହ୍ୟ ହେଲାଣି ତାତି । ମେ ଯାଇ ଜୁନ୍ ଆରମ୍ଭ ହେଲାଣି ତଥାପି କମୁନି ତାପମାତ୍ରା । ପଶ୍ଚିମ ଓଡ଼ିଶାରେ କ୍ରମାଗତ ଭାବେ ସେଠାରେ ତାପମାତ୍ରା ବଢିଚାଲିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁସାରେ ଆହୁରି ଦୁଇ ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ଲହରି ଦେଖାଯିବ।

ଏହାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ଅର୍ଥାତ ଆସନ୍ତାକାଲି ୮ ତାରିଖ ଠାରୁ ୧୦ ତାରିଖ ଯାଏ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି। ୮ ତାରିଖ ପାଇଁ ହିଟ୍ ୱେଭ୍ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲେ ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର। ୯ ତାରିଖ ପାଇଁ ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର , ନୂଆପଡା ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଥିବା ବେଳେ ୧୦ ତାରିଖ ପାଇଁ ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀରକୁ ଜାରି କରାଯାଇଛି।

ଦକ୍ଷିଣ-ପଶ୍ଚିମ ମୌସୁମୀ ମଙ୍ଗଳବାର ତାମିଲନାଡୁ, ପୁଡୁଚେରୀ ଏବଂ କରାଇକାଲ, ଦକ୍ଷିଣ-ପଶ୍ଚିମ ଏବଂ ପଶ୍ଚିମବଙ୍ଗର ବଙ୍ଗୋପସାଗରର କିଛି ଅଂଶ ଉପରେ ଅଗ୍ରଗତି କରିଥିବା ଜଣା ପଡିଛି। ହେଲେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାରେ ବିଳମ୍ବ ହୋଇପାରେ ଜ୍ଝ ଜୁନ୍ ୧୨ ସୁଦ୍ଧା ମୌସୁମୀ ଆରମ୍ଭ ହେବାର କୈଣସି ସମ୍ଭାବନା ନାହିଁ ବୋଲି ଜଣା ପଡିଛି।

ଏନେଇ ପାଣିପାଗ ବିଜ୍ଞାନୀ ଆର.କେ.ଜେନାମଣି ସୂଚନାଦେଇଛନ୍ତି । ମୌସୁମୀ ଆଗମନ ନେଇ ସ୍ଥିତି ଅନୁକୂଳ ନଥିବାବେଳେ ଉତ୍ତର-ପଶ୍ଚିମ ପବନର ପ୍ରଭାବ ଅଧିକ ଯୋଗୁଁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଛି। ଫଳରେ ମୌସୁମୀ ଆଗକୁ ବଢ଼ି ପାରୁନି ବୋଲି ଆଶଙ୍କା କରାଯାଇଛି । ମୌସୁମୀ କେବେ ଓଡ଼ିଶା ଛୁଇଁବ, ତାହାର ଆକଳନ କରାଯାଇନାହିଁ ବୋଲି ସୂଚନାମିଳିଛି ।

Leave a Reply

Your email address will not be published. Required fields are marked *