Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

କୁଏତ ସୁପର ମାର୍କେଟରୁ ହଟିଲା ଭାରତୀୟ ସାମଗ୍ରୀ: ଜାଣନ୍ତୁ କାହିଁକି ?

(ଦ କୁଇଭର ବ୍ୟୁରୋ): ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ଦ୍ୱାରା ଇସଲାମ ପ୍ରତିଷ୍ଠାତା ମହମ୍ମଦଙ୍କ ପ୍ରତି ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ଇସାଲିମକ୍ ଦେଶରେ ଉଠୁଛି ପଡୁଛି । ବିବାଦୀୟ ମନ୍ତବ୍ୟପାଇଁ ବିଦେଶରେ ବିକ୍ରି ହେଉଥିବା ଭାରତୀୟ ସାମଗ୍ରୀ ଉପରେ ଏହାର ପ୍ରଭାବ ପଡିଛି । ନୂପୁରଙ୍କ ମନ୍ତବ୍ୟକୁ କଡ଼ା ପ୍ରତିବାଦ କରି କୁଏତ ସୁପର ମାର୍କେଟରେ ଭାରତୀୟ ସାମଗ୍ରୀକୁ ବର୍ଜନ କରାଯାଇଛି ।

ସୁପର ମାର୍କେଟରେ ଉପଲବ୍ଧ ହେଉଥିବା ଭାରତୀୟ ସାମଗ୍ରୀ ଉପରେ ପରଦା ଢାଙ୍କି ଦିଆଯାଇଛି । ଏହା ଉପରେ ଆରବୀୟ ଭାଷାରେ ଲେଖାଯାଇଛି ଯେ “ଆମେ ଭାରତୀୟ ଉତ୍ପାଦଗୁଡିକୁ ହଟାଇଛୁ'”। ଅଲ-ଆର୍ଡିଆ କୋ-ଅପରେଟିଭ୍ ସୋସାଇଟି ଷ୍ଟୋର୍ର କର୍ମଚାରୀମାନେ ଭାରତୀୟ ଚା ’ଏବଂ ଅନ୍ୟାନ୍ୟ ଦ୍ରବ୍ୟକୁ ହଟାଇଦେଇ ପ୍ରତିବାଦ କରିଛନ୍ତି । ଏଥିସହ କତାର ଭାରତକୁ କ୍ଷମା ମାଗିବାକୁ ଦାବି କରିଛି।

ସୁପର ମାର୍କେଟର ମୁଖ୍ୟ କାର୍ୟ୍ୟକାରୀ ଅଧିକାରୀଙ୍କ କହିବା ଅନୁସାରେ, କୁଏତ ଏକ ଇସାଲାମିକ ଦେଶ । ତେଣୁ ସେମାନେ ପ୍ରଫେଟ୍ ମହମ୍ମଦଙ୍କ ଅପମାନକୁ ଆଦୌ ଗ୍ରହଣ କରିପାରିବେ ନାହିଁ । ଏଥିପାଇଁ ସେମାନେ ଭାରତୀୟ ସାମଗ୍ରୀକୁ ସୁପର୍ ମାର୍କେଟରୁ ହଟାଇବା ସହ ଏହାକୁ ଢାଙ୍କିବାକୁ ନିଷ୍ପତ୍ତି ନେଇଛନ୍ତି । ନୂପୁରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସାଉଦି ଆରବ, କତାର, ଅନ୍ୟ ଇସାଲିମକ୍ ଦେଶରେ ବିରୋଧ ଦେଖା ଦେଇଛି । ବିଶେଷକରି ଇଜିପ୍ଟର ଅଲ୍-ଆଝାର ବିଶ୍ୱବିଦ୍ୟାଳୟରେ ବିଜେପି ନେତ୍ରୀଙ୍କ ମନ୍ତବ୍ୟର ତୀବ୍ର ନିନ୍ଦା କରିଛି । ଭାରତ ସରକାର ମଧ୍ୟ ନୁପୁରଙ୍କ ମନ୍ତବ୍ୟକୁ ଅନୁଚିତ୍ ବୋଲି ଦର୍ଶାଇବା ସହ ତାଙ୍କୁ ସସପେଣ୍ଡ କରିଛି ।

Exit mobile version