Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଭାରତକୁ ଧର୍ମନିରପେକ୍ଷତାର ଜ୍ଞାନ ଦେଲା ତାଲିବାନ

(ଦ କୁଇଭର ବ୍ୟୁରୋ): ବିଜେପି ମୁଖପାତ୍ର ନୂପୂର ଶର୍ମାଙ୍କ ମହମ୍ମଦ ବିରୋଧୀ ବୟାନକୁ ନେଇ ବିବାଦ ବଢିବା ସହ ତାଙ୍କୁ ହତ୍ୟା ଧମକ ମଧ୍ୟ ଆସିଲାଣି ଏହାସହିତ ଗୋଟିଏ ପରେ ଗୋଟିଏ ଇସଲାମିକ ରାଷ୍ଟ୍ର ଭାରତକୁ ଚେତବନୀ ମଧ୍ୟ ଦେଲେଣି । ଏହି ତାଲିକାରୁ ବାଦ ପଡିନାହାନ୍ତି ଆଫଗାନିସ୍ତାନ ଓ ପାକିସ୍ତାନ । ଯେଉଁ ରାଷ୍ଟ୍ର ମାନଙ୍କରେ ମାନବିକ ଅଧିକାରର ଖୋଲାଖୋଲି ଉଲ୍ଲଂଘନ କରାଯାଏ ସେମାନେ ଭାରତକୁ ଧର୍ମନିରପେକ୍ଷତା ଉପରେ ଜ୍ଞାନ ଦେବାରେ ବ୍ୟସ୍ତ ଅଛନ୍ତି । ମହିଳାଙ୍କ ମୌଳିକ ଅଧିକାର ଛଡାଇ ନେଇଥିବା ତାଲିବାନ ଭାରତକୁ ଧର୍ମନିରପେକ୍ଷତାର ଜ୍ଞାନ ଦେଉଛି ।

ଦୁଷ୍କର୍ମ ଓ ନରସଂହାର ଜରିଆରେ ଆଫଗାନିସ୍ତାନର କ୍ଷମତା ଦଖଲ କରିଥିବା ତାଲିବାନ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ତାଲିବାନ ମୁଖପାତ୍ର ଜବିଦୁଲ୍ଲା ଟ୍ୱିଟ୍ଟରରେ ପୋଷ୍ଟ କରି ଲେଖିଛନ୍ତି ଇସଲାମର ମୁଖ୍ୟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦର ବ୍ୟବହାରକୁ ତାଲିବାନ କଡା ନିନ୍ଦା କରୁଛି । ବର୍ତ୍ତମାନ ସୁଦ୍ଧା ଗଲ୍ଫ ରାଷ୍ଟ୍ର ଗୁଡିକ ସମେତ ଇରାକ୍, ଇରାନ୍, କୁଏତ୍, ସାଉଦି ଆରବ, ଓମାନ, ୟୁଏଇ, ଜୋର୍ଡାନ୍, ଆଫଗାନିସ୍ତାନ, ପାକିସ୍ତାନ, ବାହାରିନ୍, ମଲଡିଭସ, ଲିବ୍ୟା ଏବଂ ଇଣ୍ଡୋନେସିଆ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ଏହି ରାଷ୍ଟ୍ରଗୁଡିକ ନିଜ ରାଷ୍ଟ୍ରଦୂତ ମାନଙ୍କ ଜରିଆରେ ବିରୋଧ ପ୍ରଦର୍ଶନ କରିଥିଲେ ।

ତାଲିବାନର ବିରୋଧ ପରେ ପାକିସ୍ତାନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ୍ ଏହାକୁ ବିରୋଧ କରି ଟ୍ୱିଟ୍ କରିଥିଲେ । ଭାରତର ବିଜେପି ନେତାଙ୍କ ମହମ୍ମଦଙ୍କ ବିରୋଧରେ ଦିଆଯାଇଥିବା ବୟାନକୁ ମୁଁ କଡା ଶବ୍ଦରେ ନିନ୍ଦା କରୁଛି । ଭାରତରେ ମୋଦୀଙ୍କ ନେତୃତ୍ୱରେ ମୁସଲିମଙ୍କ ଧାର୍ମିକ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରାଯାଉଛି ବୋଲି କହିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ।

Exit mobile version