Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ

(ଦ କୁଇଭର ବ୍ୟୁରୋ): ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ । ପ୍ରତିବର୍ଷ ଜୁନ୍ ୭ରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରାଯାଏ । ୨୦୧୯ ମସିହାରେ ପ୍ରଥମ ଥର ଜୁନ୍ ୭ ତାରିଖକୁ ‘ଖାଦ୍ୟ ସୁରକ୍ଷା ଦିବସ’ ଭାବେ ପାଳନ କରାଗଲା । ଏହାପୂର୍ବରୁ ଅକ୍ଟୋବର ୧୬ ତାରିଖକୁ ଖାଦ୍ୟ ସୁରକ୍ଷା ଦିବସ ଭାବେ ପାଳନ କରାଯାଉଥିଲା । ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସର ମୂଳଲକ୍ଷ୍ୟ ହେଉଛି ଖାଦ୍ୟଦ୍ୱାରା ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ।

ପୁଷ୍ଟିକର ଖାଦ୍ୟ ଅଭାବରୁ ପିଲାମାନେ ବିଶେଷ ଭାବରେ ଅନେକ ରୋଗର ଶିକାର ହୁଅନ୍ତି । ଏହି ସ୍ୱାସ୍ଥ୍ୟ ସମସ୍ୟାର ଅନ୍ୟତମ କାରଣ ଖାଦ୍ୟରେ ଫାଇବରର ଅଭାବ ହୋଇପାରେ । ଫାଇବରରେ ଭରପୂର ଖାଦ୍ୟ ପିଲାମାନଙ୍କର ହଜମ ପାଇଁ ଭଲ । ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହିତ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟଗୁଡ଼ିକ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ମୁ୍ତାବକ, ପ୍ରତିବର୍ଷ ପ୍ରଦୂଷିତ ଖାଦ୍ୟ ଖାଇବା ଯୋଗୁଁ ୪ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି । ଆମ ପ୍ରତିଦିନ ଅନେକ ପ୍ରକାରର ଖାଦ୍ୟ ଖାଇଥାଉ ଯାହା ପାଟିକୁ ସ୍ୱାଦକର ଲାଗୁଥିଲେ ବି ଦେହକୁ ପାଇଁ କ୍ଷତିକାରକ । ଆଜିକାଲି ଫାଷ୍ଟଫୁଡ୍ କିମ୍ବା ଜଙ୍କ୍ ଫୁଡ ହେଉ ଏସବୁ ଶରୀର ପାଇଁ ଘାତକ ପ୍ରମାଣିତ ହେଉଛି । ତେଣୁ ଚଳିତ ବର୍ଷ ଖାଦ୍ୟ ସୁରକ୍ଷା ଦିବସରେ ‘ପୁଷ୍ଟିକର ଖାଦ୍ୟ ଖାଅ, ସୁସ୍ଥ ରୁହ’ର ସ୍ଲୋଗାନ୍ ଦିଆଯାଇଛି । ସୁସ୍ଥ ଓ ପୁଷ୍ଟିକର ଖାଦ୍ୟ ଅଭାବରୁ ଜଣେ ରୋଗାକାନ୍ତ ହେବା ଆଶଙ୍କା ଅଧିକ ରହିଥାଏ । ମଣିଷ ସୁଖରେ ଜୀବନ ଜିଇଁବା ପାଇଁ ତଥା ନିରୋଗୀ ରହିବା ପାଇଁ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ଖାଇବା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।

Exit mobile version