ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍

(ଦ କୁଇଭର ବ୍ୟୁରୋ): ପୁଣି ଶ୍ରୀମନ୍ଦିର ଭିତର ଫୋଟ ହେଲା ଭାଇରାଲ । ପୋଲିସର କଡା ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ । ସୂଚନାନୁସାରେ ଫେସବୁକ ଆକାଉଣ୍ଟରେ ସଞ୍ଜୟ ପାଢୀ ଶର୍ମା ସଞ୍ଜୟ ନାମକ ବ୍ୟକ୍ତି ତାଙ୍କ ଫେସବୁକ ଆକାଉଣ୍ଟରେ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ପୋଷ୍ଟ କରିଛନ୍ତି ।

ଫଟୋରେ ଆଜି ତାରିଖ ଦେଇ ଫଟୋ ପୋଷ୍ଟ କରିଥିବା ବେଳେ ତାଙ୍କ ସହିତ ଆଉ ଜଣେ ବ୍ୟକ୍ତି ମଧ୍ୟ ଅଛନ୍ତି। କୋଇଲି ବୈକୁଣ୍ଠ ଓ ନୃସିଂହ ମନ୍ଦିର ପାଖରେ ସେଲଫି ଉଠାଇ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ସଞ୍ଜୟ। ଏହି ଫୋଟ ଏବେ ଭାଇରାଲ ହେବାରେ ଲାଗଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନିଷେଧ ଥିବାବେଳେ ଏହି ଭକ୍ତ ଜଣକ ମନ୍ଦିର ଭିତରକୁ ମୋବାଇଲ୍ ନେଇ ସେଲଫି ଉଠାଇ ଫଟୋ ଭାଇରାଲ୍ କଲେ କିପରି ? ଶ୍ରୀମନ୍ଦିର ବାହାରେ ଓ ଭିତରେ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ଭକ୍ତ ଜଣକ କିପରି ସୁରକ୍ଷା ଭେଦ କଲେ ? ଏମିତି ଘଟଣା ଆଉ କେତେ ଥର ଘଟିଲେ ପ୍ରଶାସନ ଚେଇଁ ଉଠିବ ଏବଂ ମନ୍ଦିରର ସମସ୍ତ ଦ୍ଵାରରେ କଡା ଯାଞ୍ଚ କରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏମିତି ଅନେକ ଥର ଶ୍ରୀମନ୍ଦିରର ଭିତରର ଫଟୋ ଭାଇରାଲ୍ ହୋଇଛି। ଏହି ପରି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଶ୍ରୀ ମନ୍ଦିର ପ୍ରଶାସନ ସେତେ ଗମ୍ଭୀରତାର ସହ ନେଉଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି। ଯାହା ଫଳରେ ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *