ଅପରାହ୍ନ ୩ଟାରେ ଘୋଷଣା ହେବ ରାଷ୍ଟ୍ରପତି ନିର୍ବାଚନ ତାରିଖ

(ଦ କୁଇଭର ବ୍ୟୁରୋ): ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ସୂଚନା ମୁତାବକ, ଭାରତର ନିର୍ବାଚନ ଆୟୋଗ ଗୁରୁବାର ଅପରାହ୍ନ ୩ ଟାରେ ନିର୍ବାଚନର ତାରିଖ ଘୋଷଣା କରିବେ। ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ୟ୍ୟକାଳ ଜୁଲାଇ ୨୪ରେ ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ ନିର୍ବାଚନ କମିଶନ ରାଷ୍ଟ୍ରପତି ନିର୍ବାଚନ କରିବେ । ତେଣୁ ଦେଶର ଆଗାମୀ ରାଷ୍ଟ୍ରପତି କିଏ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଭାରତୀୟ ଜନତା ପାର୍ଟି ବିପକ୍ଷରେ କେଉଁ ବିରୋଧୀ ପ୍ରାର୍ଥୀ ଦେବେ ସେ ନେଇ ସସପେନ୍ସ ଲାଗିରହିଛି ।

Leave a Reply

Your email address will not be published. Required fields are marked *