Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଏକାଥରେ ଫାଶି ଖୁଣ୍ଟରେ ଝୁଲିଲେ ୧୨ କଏଦୀ: ଜାଣନ୍ତୁ କେଉଁଠି ?

(ଦ କୁଇଭର ବ୍ୟୁରୋ): ଏକାଥରକେ ଫାଶି ଖୁଣ୍ଟରେ ଝିଲିରେ ୧୨ ଜଣ କଏଦୀ । ଇରାନର ଦକ୍ଷିଣପୂର୍ବ ପ୍ରଦେଶ ସିସ୍ତାନ-ବେଲୁଚିସ୍ତାନର ଏକ ଜେଲରେ ବନ୍ଦୀ ଥିବା ୧୨ ଜଣ କଏଦୀଙ୍କୁ ଗୋଟିଏ ଦିନରେ ଫାଶୀ ଦିଆଯାଇଛି। ଫାଶୀ ପାଇଥିବା ଏହି ୧୨ ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି । ଏ ନେଇ ନରୱେ ସ୍ଥିତ ଇରାନ ମାନବିକ ଅଧିକାର ଏହି ସୂଚନା ଦେଇଛି। ସମସ୍ତ ଅଭିଯୁକ୍ତ ନିଶାଦ୍ରବ୍ୟ କାରବାର କିମ୍ବା ହତ୍ୟାକାଣ୍ଡରେ ସଂଶ୍ଳିଷ୍ଟ ରହିଥିଲେ ବୋଲି କୁହାଯାଇଛି। ଏମାନଙ୍କ ମଧ୍ୟରୁ ୬ ଜଣ ନିଶା କାରବାରକୁ ନେଇ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଇରାନରେ ଲଗାତାର ଫାଶୀ ଯୋଗୁଁ ମାନବ ଅଧିକାର ସଂଗଠନଗୁଡ଼ିକର ଚିନ୍ତା ବଢିବାରେ ଲାଗିଛି ।

ରିପୋର୍ଟ ମୁତାବକ, ସମସ୍ତ ୧୨ କଏଦୀଙ୍କୁ ସିସ୍ତାନ-ବେଲୁଚିସ୍ତାନ ସ୍ଥିତ ମୁଖ୍ୟ ଜେଲ ଜାହେଦାନରେ ଫାଶିଖୁଣ୍ଟରେ ଝୁଲିଛନ୍ତି । ଇରାନର ଏହି ଅଞ୍ଚଳ ଆଫଗାନିସ୍ତାନ ଓ ପାକିସ୍ତାନ ସୀମାକୁ ଲାଗିଛି । ନରୱେରେ ଥିବା ଇରାନ ମାନବାଧିକାର କାର୍ୟ୍ୟାଳୟ କହିଛି ଯେ ୬ କଏଦୀ ନିଶାଦ୍ରବ୍ୟ ଚୋରା ଚାଲାଣରେ ଲିପ୍ତ ଥିଲା ବେଳେ ଅନ୍ୟ ୬ ଜଣଙ୍କ ଉପରେ ହତ୍ୟା ଅଭିଯୋଗ ଥିଲା । ସମସ୍ତେ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ଫାଶିଦଣ୍ଡାଦେଶ ଶୁଣାଇଥିଲେ । ଏବେ ତାହାକୁ କାର୍ୟ୍ୟକାରୀ କରାଯାଇଛି । ଗୋଟିଏ ଦିନରେ ଏକାଥରେ ୧୨ ଅପରାଧୀଙ୍କୁ ଫାଶିଦଣ୍ଡ ଦେବାକୁ ନେଇ ଇରାନ ସରକାରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

ଇରାନରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଟାର୍ଗେଟ କରାଯାଉଛି । ଇରାନର ମାନବାଧିକାର କର୍ମୀମାନେ କହିଛନ୍ତି ଯେ, ୨୦୨୧ରେ ଇରାନରେ ଦିଆଯାଇଥିବା ମୋଟ ଫାଶିଦଣ୍ଡରେ ୨୧ ପ୍ରତିଶତ ଲୋକ ବେଲୁଚୀ ଲୋକ ହୋଇଥିବାବେଳେ ଇରାନର ମୋଟ ଜନସଂଖ୍ୟାର ମାତ୍ର ୨-୬ ପ୍ରତିଶତ ବେଲୁଚୀ । ଆମନେଷ୍ଟି ଇଣ୍ଟରନ୍ୟାସନାଲ ରିପୋର୍ଟ ଅନୁସାରେ ମୃତ୍ୟୁ ଦଣ୍ଡ ଦେଉଥିବା ଦେଶଗୁଡ଼ିକ ମଧ୍ୟରେ ଇରାନ ସବା ଉପରେ ଅଛି । ୨୦୨୧ରେ ଏଠାରେ ୩୧୪ ଲୋକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା । ୨୦୨୦ ତୁଳନାରେ ଏହା ୨୫% ଅଧିକ ଥିଲା ।

Exit mobile version