ଭୁବନେଶ୍ୱର(ଦ କୁଇଭର): ବାରବାଟୀ ବ୍ୟାଟେଲକୁ ଆଉ ୨ଦିନ । ଦିନକ ପରେ ଦୁଲୁକିବ ଷ୍ଟାଡିୟମ । ଆସନ୍ତା ୧୨ ତାରିଖରେ ବାରବାଟୀରେ ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ । ଏ ନେଇ ଆଜି (ଶୁକ୍ରବାର) ଦୁଇ ଦଳ ଭୁବନେଶ୍ବରରେ ପହଞ୍ଚିଛନ୍ତି । ସ୍ବତନ୍ତ୍ର ବିମାନରେ ଆସିଛନ୍ତି ଦୁଇ ଦଳରେ ଖେଳାଳି ବିମାନବନ୍ଦରରେ ପହଞ୍ଚିବା ପରେ କାର୍ଗୋ ବଦଳରେ ଭିଭିଆଇପି ଗେଟ ଦେଇ ବାହାରିଛନ୍ତି ଖେଳାଳି । କଡା ସୁରକ୍ଷା ଭିତରେ ସେମାନଙ୍କୁ ମେ ଫେୟାର ହୋଟେଲକୁ ନିଆଯାଇଛି । ହୋଟେଲରେ ସେମାନଙ୍କ ରହଣି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେପଟେ ହୋଟେଲ୍ ବାହାରେ କ୍ରୀଡ଼ାପ୍ରେମୀଙ୍କ ଗହଳି ଦେଖିବାକୁ ମିଳିଛି।

ଶନିବାର ଦିନ ଉଭୟ ଦଳ ପର୍ଯ୍ୟାୟ କ୍ରମିକ ଭାବେ କଟକ ଯାଇ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ । ଖେଳାଳିଙ୍କ ପାଇଁ କଟକ ଓ ଭୁବନେଶ୍ୱରରେ ଶହେ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି । ଏଥିରୁ ୬୫ ପ୍ଲାଟୁନ୍‌ ବାରବାଟୀ ଷ୍ଟାଡିୟମ, ୨୧ ପ୍ଲାଟୁନ୍‌ ଭୁବନେଶ୍ୱର ମେ’ଫେୟାର ହୋଟେଲ୍‌ ଓ ବିଭିନ୍ନ ଛକରେ ଏବଂ ବାକି ୪ ପ୍ଲାଟୁନ୍‌ ପୁଲିସ ଫୋର୍ସ କଟକରୁ ଭୁବନେଶ୍ୱରର ରାସ୍ତାରେ ମୁତୟନ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *