Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଫିଲ୍ମ ଆରମ୍ଭ ହେବାପୂର୍ବରୁ କାହିଁକି ପରଦାରେ ଦେଖାଯାଏ ଏହି ସାର୍ଟିଫିକେଟ୍ ?

(ଦ କୁଇଭର ବ୍ୟୁରୋ): ଆପଣ ଘରେ ବସି ଫିଲ୍ଲ ଦେଖନ୍ତୁ କିମ୍ବା ନୂଆ ମୁକ୍ତିଲାଭ କରିଥିବା ଫିଲ୍ମକୁ ସିନେମା ହଲ୍ ରେ ବସି ଦେଖନ୍ତୁ ଆପଣ ଗୋଟେ କଥା ତ ଲକ୍ଷ କରିଥିବେ ସବୁବେଳେ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ୧୦ ସେକେଣ୍ଡ ପାଇଁ ଏକ ସାର୍ଟିଫିକେଟ ପରଦାରେ ଦେଖାଯାଏ । ଏହି ସାର୍ଟିଫିକେଟ ପରଦାକୁ ଆସିବା ମାତ୍ରେ ଅଧିକାଂଶ ଏହାକୁ ଅଣଦେଖାକରିଥାନ୍ତି । ଆଉ କିଛି ଲୋକ ଗପସପରେ ବ୍ୟସ୍ତ ରୁହନ୍ତି ଯେ ଏହାକୁ ପଢିବାକୁ ବି ଚେଷ୍ଟା କରନ୍ତି ନାହିଁ । କିନ୍ତୁ ଆପଣ ଜାଣନ୍ତି କି ଏକ ଫିଲ୍ମ ନିର୍ମାଣ କରିବା ପରେ ନିର୍ମାତା ଟିମ୍ ଏହି ସାର୍ଟିଫିକେଟ୍ ପାଇବା ପାଇଁ ବହୁତ କଷ୍ଟ ଉଠାଇଥାନ୍ତି । ଯଦି ଏହି ସାର୍ଟିଫିକେଟ୍ ନ ମିଳେ, ତେବେ ଫିଲ୍ମଟି ରିଲିଜ ହେବାକୁ ସମର୍ଥ ହେବ ନାହିଁ । ତେଣୁ ସବୁ ଫିଲ୍ମପାଇଁ ଏହି ସାର୍ଟିଫିକେଟ୍ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର ।

ଏଥିରେ ଅନେକ ପ୍ରକାରର ସୂଚନା ଲେଖାଯାଇଥାଏ । କିନ୍ତୁ ଲୋକମାନେ ଏହି ସାର୍ଟିଫିକେଟ୍ କୁ ଅଣଦେଖା କରନ୍ତି । ଅଧିକରୁ ଅଧିକ ଲୋକ ଏହି ସାର୍ଟିଫିକେଟ୍ ରେ ଫିଲ୍ମଟି କେତେ ସମୟର ତାହା ଦେଖନ୍ତି । କିନ୍ତୁ ଏଗୁଡିକ ବ୍ୟତୀତ, ଏହି ସାର୍ଟିଫିକେଟ୍ ରେ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଉଲ୍ଲେଖ କରାଯାଇଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହି ସାର୍ଟିଫିକେଟ୍ ରେ କେଉଁ ମହତ୍ୱପୂର୍ଣ୍ଣ ଜିନିଷଗୁଡ଼ିକ ଉଲ୍ଲେଖ କରାଯାଇଥାଏ ।

-ଯଦି ଏକ ଫିଲ୍ମର ସାର୍ଟିଫିକେଟ୍ ରେ ‘U’ ଲେଖାଯାଏ, ଏହାର ଅର୍ଥ ହେଉଛି ଯେ ଯେ କେହି ମଧ୍ୟ ଏହି ଫିଲ୍ମ ଦେଖିପାରିବେ ।

-ଯଦି ଏକ ଚଳଚ୍ଚିତ୍ରର ସାର୍ଟିଫିକେଟ୍ ଉପରେ ‘UA” ଲେଖାଯାଏ, ଏହାର ଅର୍ଥ ହେଉଛି ବାର ବର୍ଷରୁ କମ୍ ପିଲାମାନେ ଏହି ଫିଲ୍ମକୁ ସେମାନଙ୍କ ପିତାମାତାଙ୍କ ସହିତ ଦେଖିପାରିବେ ।


-ଯଦି କେବଳ ଫିଲ୍ମର ସାର୍ଟିଫିକେଟ୍ ଉପରେ ‘A’ ଲେଖାଯାଏ, ତେବେ ଏହାର ଅର୍ଥ ହେଉଛି ଏହି ଫିଲ୍ମଟି ଅଠର ବର୍ଷରୁ କମ୍ ଲୋକଙ୍କ ପାଇଁ ତିଆରି ହୋଇନାହିଁ ।


-ଯଦି ଏକ ଫିଲ୍ମର ସାର୍ଟିଫିକେଟ୍ ଉପରେ ‘S’ ଲେଖାଯାଏ, ତେବେ ଏହାର ଅର୍ଥ ହେଉଛି ଏକ ନିର୍ଦ୍ଦିଷ୍ଟ ଦର୍ଶକଙ୍କ ପାଇଁ ଏହି ଫିଲ୍ମ ନିର୍ମାଣ କରାଯାଇଛି । ଏହା ଡାକ୍ତର କିମ୍ବା ବୈଜ୍ଞାନିକମାନଙ୍କ ପାଇଁ ଡିଜାଇନ୍ କରାଯାଇଛି ।

-ଏହା ବ୍ୟତୀତ ଫିଲ୍ମର ସାର୍ଟିଫିକେଟ୍ ରେ ଫିଲ୍ମର ରିଲ୍ ବିଷୟରେ ସୂଚନା ରହିଥାଏ । ଚଳଚ୍ଚିତ୍ରର ଅବଧି ମଧ୍ୟ ଉଲ୍ଲେଖ କରାଯାଇଥାଏ ଥାଏ ।
-ଯଦି ସେନ୍ସର ବୋର୍ଡ ଅନୁଭବ କରେ ଯେ ଫିଲ୍ମରେ ଏକ ଦୃଶ୍ୟ କାଟିବାକୁ ପଡିବ, ତେବେ ଏହା ପ୍ରମାଣପତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଥାଏ । ଏହି ସାର୍ଟିଫିକେଟ୍ ଦ୍ୱାରା ଲୋକମାନେ ଏହି ସବୁ ସୂଚନା ପାଇଥାନ୍ତି ।

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ବୋର୍ଡ ((CBFC)) କିମ୍ବା ଇଣ୍ଡିଆନ୍ ସେନ୍ସର ବୋର୍ଡ (୧୯୫୨) ହେଉଛି ଚଳଚ୍ଚିତ୍ର, ଟିଭି ସିରିଏଲ୍, ଟିଭି ବିଜ୍ଞାପନ ଏବଂ ବିଭିନ୍ନ ଭିଜୁଆଲ୍ ର ସମୀକ୍ଷା କରିବାର ଅଧିକାର ରଖିବା ପାଇଁ ଭାରତର ଏକ ସଂସ୍ଥା । CBFC ସେହି ସମସ୍ତ ପ୍ରୋଗ୍ରାମକୁ ସାର୍ଟିଫିକେଟ୍ ଦେଇଥାଏ ଯାହା ଜନସାଧାରଣଙ୍କୁ ଦେଖାଯାଏ ।

Exit mobile version