ଗରିବଙ୍କୁ ମାରୁଛନ୍ତି ଏ ସରକାର !

ପୁରୀ(ଦ କୁଇଭର): ଏ ସରକାରଙ୍କ ପାଇଁ ଆଇନକାନୁନ ବୋଲି କିଛି ନାହିଁ । ଯେତେବେଳେ ଯାହା ଚାହିଁଲେ ତାହା କଲେ, ଆଇନକୁ ଭାଙ୍ଗି ମୋଡ଼ି ମକଚି ଦେଲେ । ସତେ ଯେମିତି ଆଇନ ଏ ସରକାରଙ୍କ ପାଇଁ ଗୋଟିଏ ଖେଳନା । ପିସି ଦେଲେ ଅଫିସରଙ୍କ ସ୍ୱାର୍ଥ ସାଧନ ହୋଇଗଲେ, ବେଆଇନକୁ ବି ଅନୁମତି ମିଳିଯାଏ ଆଉ ଆଇନକୁ ଅଳିଆଗଦାକୁ ଫିଙ୍ଗିଦିଆଯାଏ । ଏ ସରକାରଙ୍କ ଅଫସିରମାନେ ଏତେ ଅମାନିଆ ଯେ, ଆଇନର ନିର୍ଦ୍ଦେଶନାମାକୁ ଗିଳିଦେଉଛନ୍ତି । ଏତେ ଆସ୍ଫର୍ଦ୍ଧା ଏହି ଅଫିସରଙ୍କର ଆସୁଛି କେଉଁଠୁ । ଏକଥା ଆମେ ନୁହେଁ ଜନତା ହିଁ ପଚାରୁଛନ୍ତି । ସ୍ୱସ୍ଥ୍ୟ ସେବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସେବାରେ ଅଫିସରମାନଙ୍କର ଏହି କାର୍ଯ୍ୟକୁ କେମିତି ବରଦାସ୍ତ କରୁଛନ୍ତି ସରକାର । ତାହା ଏବେ ପ୍ରଶ୍ନବାଚୀ । ୫ଟି ସଚିବ କ’ଣ ଏହାକୁ ଦେଖୁନାହାନ୍ତି । ଆମେ ଏଠି କହୁଛୁ ପୁରୀର ଏକ ନରସିଂହହୋମର କଥା । ପୁରୀରେ ଥିବା ଏହି ସିବାନନ୍ଦ ନରସିଂହହୋମରେ ଗତ ତିନି ବର୍ଷ ଧରି ଲାଇସେନ ନାହିଁ । ଚିକିତ୍ସାର ଅବହେଳା ଯୋଗୁଁ ୩ ଜଣ ଲୋକ ଜୀବନ ହରାଇଲେଣି । ହସ୍ପିଟାଲର ଡାକ୍ତରଙ୍କୁ ଥରେ ଜେଲ ବି ଜିବାକୁ ପଡ଼ିଛି । ହସ୍ପିଟାଲରେ ରୋଗୀ ମୃତ୍ୟୁର ଘଟଣା ପାଇଁ ଏନଏଚଆରସି ହସ୍ପିଟାଲକୁ ବନ୍ଦ କରିବା ଓ କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏହାକୁ ମାନୁନାହାଁନ୍ତି ସ୍ୱସ୍ଥ୍ୟ ବିଭାଗର ଅଧିକାରୀମାନେ । ଗଣମାଧ୍ୟମରେ ପ୍ରଶ୍ନ କରିବାକୁ ଆମେ ବନ୍ଦ କରିଦେଇଛୁ ବୋଲି କହୁଛନ୍ତି କିନ୍ତୁ ଇଏ ହେଉଛି ତାର ବାସ୍ତବ ଚିତ୍ର ।

ସରକାରୀ ହିସାବରେ ଏହାକୁ ସିଲ୍ କରାଯାଇଛି । କିନ୍ତୁ ଡାକ୍ତରଖାନା ଆଗରେ ଆଜି ବି ସେବା ପାଇଁ ରୋଗୀ ଛିଡ଼ା ହେଉଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ଏଭଳି ବେଆଇନ ହସ୍ପିଟାଲ ବଞ୍ଚିରହୁଛି କିପରି? ହସ୍ପିଟାଲରେ ପ୍ରକୃତରେ ଚାଲିଛି କ’ଣ? ହସ୍ପିଟାଲରେ କିଭଳି ସେବା ଦିଆଯାଉଛି । ସରକାରଙ୍କ ପାଖରେ ତାର ହିସାବ ଅଛି କି? ଯଦି ସ୍ଥାନୀୟ ଲୋକଙ୍କ କଥାକୁ ଧରାଯାଏ ତେବେ, ହସ୍ପିଟାଲ ଟି କେବଳ ଅନୈତିକ କାର୍ଯ୍ୟ, ଅନୈତିକ ଚିକିତ୍ସା କରି ବେଶ୍ କିଛି ଉପାର୍ଜନ କରୁଛି । ଭୃଣ ଚିହ୍ନଟ, ଭୃଣ ହତ୍ୟାକୁ ସରକାର ବାରଣ କରିଛନ୍ତି । ଏଠାରେ ଏପରି କିଛି କାର୍ଯ୍ୟ ହେଉଛି, ଯେଉଁଥିପାଇଁ ବେସ ଆୟ ବି କରୁଛନ୍ତି । ଆଉ ସେ ଆୟରୁ କାଳେ ଭାଗ ନେଉଛନ୍ତି ସ୍ୱାସ୍ଥ୍ୟ ବିଭାଗର କିଛି ଅଧିକାରିମାନେ । ସେଥିପାଇଁ ସବୁ ଆଇନ ଓ କୋର୍ଟ କଚେରିର ନିର୍ଦ୍ଦେଷ ସତ୍ତେ୍ୱ ଚାଲିବା ପାଇଁ ଦେଉଛନ୍ତି ସୁଯୋଗ । କେବଳ ଏହି ଗୋଟିଏ ହସ୍ପିଟାଲ ନୁହେଁ, ସରକାର ଏଭଳି ହସ୍ପିଟାଲକୁ ଧରିବା କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ । ଲିଙ୍ଗ ଚିହ୍ନଟ ଓ ଭୃଣହତ୍ୟାକୁ ରୋକିବା ପାଇଁ କଟକଣା ଜାରି କରିଥିଲେ । ସେଇଠୁ ଏହା ବନ୍ଦ ହୋଇଯାଇଛି । ଏବେ ଆଉ ନା ଅଛ ଧରପଗଡ଼, ନା ସରକାରଙ୍କର ଚେତା ପଶୁଛି । ସରକାରୀ ଅଫସିରମାନଙ୍କୁ ହାତଗୁଞ୍ଜା ଦେଇ ଏଭଳି ଅନେକ କାର୍ଯ୍ୟ କରୁଛନ୍ତି ଅନେକ ବେସରକାରୀ ହସ୍ପିଟାଲ । ସିଧାସଳଖ ଗରିବଙ୍କ ଜୀବନ ସହ ଖେଳୁଛନ୍ତି ସରକାର ।

ଉକ୍ତ ହସ୍ପିଟାଲ ବିରୋଧରେ ଅଭିଯୋଗ ଆସିଲା ପରେ ସିଲ୍ କରାଯାଇଥିବା ସିଡିଏମଓ କହୁଛନ୍ତି, କିନ୍ତୁ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଏବେ ବି ସେଠାରେ ଏଭଳି ଅନୈତିକ କାର୍ଯ୍ୟ ଚାଲିଛି । ସ୍ୱାସ୍ଥ୍ୟ ସେବାରେ ମାରାତ୍ମକ ଗୁରୁଚଣ୍ଡାଳ ଦୋଷ କରୁଥିବା ହସ୍ପିଟାଲକୁ ଏଭଳି ଅନୁକମ୍ପା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ନିରପେକ୍ଷତା ଓ କର୍ତ୍ତବ୍ୟପରାୟଣକୁ ନେଇ ପ୍ରଶ୍ନ ଉଠାଉଛି । ଦେଖାଯାଉ ସରକାର କେବେ ଏଭଳି ସ୍ୱାସ୍ଥ୍ୟସେବା ଉପରେ ଯବନିକା ଟାଣିବେ ।

Leave a Reply

Your email address will not be published. Required fields are marked *