ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଗିରଫ

(ଦ କୁଇଭର ବ୍ୟୁରୋ): ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କୁ ଆଜି ପୋଲିସ ଗିରଫ କରିଛି। ସେ ହାଉଡ଼ାକୁ ଯାଉଥିବା ବେଳେ ରାସ୍ତାରେ ପୁଲିସ ତାଙ୍କୁ ଅଟକାଇଛି। ପ୍ରଫେଟ ମହମ୍ମଦଙ୍କ ବିଷୟରେ ବିବାଦୀୟ ବୟାନକୁ ହାଉଡ଼ାରେ ବର୍ତ୍ତମାନ ବିକ୍ଷୋଭରେ କେନ୍ଦ୍ରସ୍ଥଳ ପାଲଟିଛି।

ଗିରଫ ପୂର୍ବରୁ ମଜୁମଦାର ଦଂଗା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନରେ ଯାଇଥିବା ବେଳେ ତାଙ୍କୁ ଅଟକାଇଥିଲା ପୁଲିସ୍। ବର୍ତ୍ତମାନର ସ୍ଥିତିକୁ ଦେଖି ପୁଲିସ ପ୍ରଥମେ ଅଟକାଇବା ପରେ ଏବେ ତାଙ୍କୁ ଗୃହବନ୍ଦୀ କରାଯାଇଛି। ରାଜ୍ୟ ବିଜେପି ମୁଖ୍ୟ ଆଜି ଦଂଗା ପ୍ରଭାବିତ ଅଞ୍ଚଳ ପାଞ୍ଚଲାକୁ ଯିବା ପାଇଁ ବାହାରିଥିଲେ। ତାଙ୍କ ଘର ଚାରିପଟେ ଲାଗିଥିବା ବ୍ୟାରିକେଡକୁ ଡେଇଁ ଯିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି।

ଗତକାଲି ଜୁମା ନମାଜ ପଢ଼ିସାରିବା ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହିଂସା କରିଥିଲେ ଦଙ୍ଗାକାରୀ। ବିଶେଷ କରି ହାୱଡ଼ାରେ ଅଧିକ ହିଂସା ଦେଖିବାକୁ ମିଳିଥିଲା। ଦୁର୍ବୃତ୍ତମାନେ ବିଜେପି ଅଫିସରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ପରେ ଗୁଜବ ରୋକିବା ପାଇଁ ହାୱଡ଼ାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଟାନ ହେବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ସେପଟେ ଦେଶରେ ଜାରି ରହିଥିବା ଧାର୍ମିକ ହିଂସାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧା ସଳଖ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ କରିଥିବା ଟ୍ୱିଟରେ ଲେଖିଛନ୍ତି କି ବିଜେପିର ପାପ ପାଇଁ କାହିଁକି ସାରା ଦେଶର ଲୋକ ଭୋଗିବେ । ଏହାସହ ପଶ୍ଚିମବଙ୍ଗ ରାଜ୍ୟପାଳଏଭଳି ହିଂସା ଭିଆଉଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅପିଲ କରିଛନ୍ତି ।

Leave a Reply

Your email address will not be published. Required fields are marked *