ବୁଲଡୋଜର ଆକ୍ସନକୁ ନେଇ ୟୁପିରେ ତେଜିଲା ରାଜନୀତି

(ଦ କୁଇଭର ବ୍ୟୁରୋ): ଆକ୍ସନ ମୋଡରେ ଯୋଗୀ ସରକାର । ପ୍ରୟାଗରାଜ ହିଂସାର ମାଷ୍ଟରମାଇଣ୍ଡ ଘରରେ ଚଢିଲା ବୁଲଡୋଜର । ମୁଖ୍ୟ ଅଭିଯୁକ୍ତ ଯାବେଦ ପମ୍ପଙ୍କ ଘର ସାମ୍ନାରେ ଭାରି ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦିନ ୧୧ଟା ଭିତରେ ଘର ଖାଲି କରିବାକୁ ପୂର୍ବରୁ ପିଡିପି ପକ୍ଷରୁ ନୋଟିସ ଦିଆଯାଇଥିଲା । ନମାଜ ପରେ ହିଂସାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ଯୋଗୁଁ ୟୁପିରେ ରାଜନୀତି ବୟାନବାଜି ଆରମ୍ଭ ହୋଇଛି । ଏହି ବୁଲଡୋଜର ଆକ୍ସନରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏହାପରେ ଡେପୁଟି ସିଏମ କେଶବ ପ୍ରସାଦ ଅଖିଳେଶଙ୍କୁ ପାଲଟା ଜବାବ ଦେଇଥିଲେ ।

ହିଂସା ଘଟାଇଥିବା ଉପଦ୍ରବୀଙ୍କ ବିରୋଧରେ ୟୁପି ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ଅଖିଳେଶ ଯାଦବ ଟ୍ୱିଟ୍ କରି କହିଛନ୍ତି ଯେ- “ଏ କେଉଁଠି କାର ନ୍ୟାୟ, ଯେଉଁ କାରଣରୁ ଦେଶର ଅବସ୍ଥା ବିଗିଡିଛି ଓ ସାରା ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି, ସେମାନେ ସୁରକ୍ଷାର ଘେରରେ ଅଛନ୍ତି ଓ ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀନଙ୍କୁ ବିଧିଗତ ଯାଞ୍ଚ ସହିତ ବୁଲଡୋଜର ଦିଆଯାଉଛି । ଏହା ଆମ ସଂସ୍କୃତି, ଧର୍ମ, ଆଇନ କିମ୍ବା ସମ୍ବିଧାନ ଦ୍ୱାରା ଅନୁମତିପ୍ରାପ୍ତ ନୁହେଁ ।”

ଏହାପରେ ଡେପୁଟି ସିଏମ କେଶବ ପ୍ରସାଦ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଦଙ୍ଗା, ହିଂସା ଓ ପଥର ଫିଙ୍ଗିବା ବିରୋଧରେ ୟୁପି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାବେଳେ ଅଖିଳେଶ ଯାଦବ ବହୁତ ଯନ୍ତ୍ରଣା ଅନୁଭବ କରୁଛନ୍ତି, ଏହା ପଛର କାରଣ କ’ଣ? କହିରଖୁଛୁ ଯେ ଏହା ପୂର୍ବରୁ ଅଖିଳେଶ ଶନିବାର ଦିନ ଲକଅପରେ ଯୁବକଙ୍କୁ ମାଡ ମାରିବାର ଭିଡିଓ ସେୟାର କରିବାବେଳେ କହିଥିଲେ ଯେ ଏପରି ଲକଅପ ଉପରେ ପ୍ରଶ୍ନ ଉଠାଯିବା ଉଚିତ, ନଚେତ୍ ତାଙ୍କ ଇକବାଲ ନ୍ୟାୟ ହରାଇବେ । ୟୁପିରେମାନବିକ ଅଧିକାରର ଉଲ୍ଲଂଘନ ଏବଂ ଅତ୍ୟାଚାରରେ ନମ୍ବର ୱାନ ।”

Leave a Reply

Your email address will not be published. Required fields are marked *