ପୁଲୱାମାରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ

(ଦ କୁଇଭର ବ୍ୟୁରୋ): ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀର ଯବାନମାନଙ୍କୁ ପୁଣି ଏକ ବଡ଼ ସଫଳତା ମିଳିଛି । ସୁରକ୍ଷା ବାହିନୀର ଯବାନମାନେ ୩ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ନିହତ ହୋଇଥିବା ଆତଙ୍କବାଦୀମାନେ ଲଶ୍କର-ଏ-ତଇବାର ସଦସ୍ୟ ଥିଲେ । କଶ୍ମୀର ଆଇଜିପି ବିଜୟ କୁମାର ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ଆଇଜିପି ବିଜୟ କୁମାର କହିଛନ୍ତି ଯେ, ପୁଲୱାମା ଜିଲ୍ଲା ଡ୍ରାବଗାମ ଅଞ୍ଚଳରେ ଆତଙ୍କାବଦୀଙ୍କ ବିରୋଧରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟର ହୋଇଥିଲା । ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀ ସଂଗଠନ ‘ଲଶ୍କର-ଏ-ତଇବା’ର ୩ ଜଣ ସଦସ୍ୟଙ୍କୁ ନିହତ କରିଛନ୍ତି । ଏଥିରୁ ଜଣେ ଆତଙ୍କବାଦୀ ଜୁନାଇଦ ଶିରଗୋରଜୀ ହାତରେ ଆମର ଯବାନ ରିୟାଜ ଅହମଦ ଗତମାସ ୧୩ ତାରିଖରେ ସହିଦ ହୋଇଥିଲେ ।

ଗତକାଲି କୁଲଗାମର ଖଣ୍ଡୀପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଚଳପ୍ରଚଳ କରିବା ନେଇ ସୁରକ୍ଷା ବାହିନୀକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଯମାନମାନେ ଘଟଣାସ୍ଥଳକୁ ଘେରାବନ୍ଦୀ କରିଥିଲେ । ତେବେ ହିଜବୁଲର ଆତଙ୍କବାଦୀ ଯବାନଙ୍କୁ ଦେଖି ଛାନିଆ ହୋଇଯାଇଥିଲା । ସେ ପ୍ରଥମେ ଗୁଳି କରିଥିଲା । କିନ୍ତୁ ଯବାନଙ୍କ ପାଲଟା ଜବାବରେ ନିହତ ହୋଇଥିଲା । ସୁରକ୍ଷାବାହିନୀ ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ କରିଥିଲେ ।

Leave a Reply

Your email address will not be published. Required fields are marked *