ବାଚସ୍ପତି ହେଲେ ଆରୁଖ

(ଦ କୁଇଭର ବ୍ୟୁରୋ): ଓଡିଶା ବିଧାନସଭା ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଛି । ଆଜି ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ । ସ୍ୱତନ୍ତ୍ର ଅଧିବେଶନରେ ନିଦ୍ୱର୍ନ୍ଦ୍ୱରେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ ହୋଇଛନ୍ତି । ତେବେ ବିକ୍ରମ ଆରୁଖଙ୍କ ନାଁ ପ୍ରସ୍ତାବ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଚନିକ ଭୋଟରେ ବିକ୍ରମ ବାଚସ୍ପତି ରୂପେ ନିର୍ବାଚିତ ହୋଇଛନ୍ତି । ଏନେଇ ଉପବାଚସ୍ପତି ରଜନୀକାନ୍ତ ସିଂହ ଘୋଷଣା କରିଛନ୍ତି । ଏହି ଅବସରରେ ଗୃହରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ସୂଚନାନୁସାରେ ସେ ଭଞ୍ଜନାଗରରୁ ୬ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ସେ ଜୁନ୍ ୧୦ ରେ ଏହି ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ବରିଷ୍ଠ ବିଧାୟକ ସୂର୍ୟ୍ୟନାରାୟଣ ପାତ୍ର ଅସୁସ୍ଥ ହେବା ପରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବାଚସ୍ପତି ଆସନ ଖାଲି ପଡ଼ିଥିଲା । ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ବାଚସ୍ପତି ହେବା ନେଇ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେଇଥିଲେ।

Leave a Reply

Your email address will not be published. Required fields are marked *