ଶ୍ରଦ୍ଧା କପୁରଙ୍କ ଭାଇ ଗିରଫ: ଜାଣନ୍ତୁ କାହିଁକି ?

(ଦ କୁଇଭର ବ୍ୟୁରୋ): ବଲିଉଡ୍ ଡ୍ରଗ୍ସ ମାମଲାରେ ଅନେକ ସେଲିବ୍ରେଟିଙ୍କ ନାମ ସାମ୍ନାକୁ ଆସିଥିଲା । ଅନେକ ସେଲିବ୍ରେଟଙ୍କୁ ପଚରାଉଚରା ମଧ୍ୟ କରାଯାଇଥିଲା। ବର୍ତ୍ତମାନ ଏହି ଲିଷ୍ଟରେ ଆଉ ଏକ ନାମ ସାମିଲ ହୋଇଛି। ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ବେଙ୍ଗାଲୁରୁରେ ପୋଲିସ ଗିରଫ କରିଛି। ସିଦ୍ଧାନ୍ତଙ୍କ ନାଁରେ ଡ୍ରଗ୍ସ ନେଉଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁର ବେଙ୍ଗାଳୁରୁ ପୋଲିସ ଦ୍ୱାରା ଗିରଫ । ବେଙ୍ଗାଳୁରୁ ପୋଲିସ ଚେକିଂ ବେଳେ ଡ୍ରଗ୍ସ ସେବନ ଅଭିଯୋଗରେ ଗିରଫ ହୋଇଥିବା ସୂଚନା । ସୂଚନା ଗତକାଲି ରାତିରେ ସିଦ୍ଧାନ୍ତ କପୁର ଏକ ହୋଟେଲ ରୁ ପାର୍ଟି ସାରି ଫେରୁଥିବା ବେଳେ ପୋଲିସ ଚେକିଂ ବେଳେ ଡ୍ରଗ୍ସ ସେବନ କରିଥିବା ଜଣା ପଡିଥିଲା । ପାର୍ଟିରୁ ଫେରିବା ସମୟରେ ପୋଲିସ ଚେକିଂ ବେଳେ ସନ୍ଦେହ କରିବା ପରେ ତାଙ୍କର ଟେଷ୍ଟ କରାଯାଇଥିଲା ।

ପରେ ପୋଲିସ ତାଙ୍କୁ ଡ୍ରଗ୍ସ ସେବନ ଅଭିଯୋଗରେ ଗିରଫ କରିଥିବା ସୂଚନା ମିଳିଛି । ସିଦ୍ଧାନ୍ତ ହେଉଛନ୍ତି ବଲିଉଡ ଅଭିନେତା ଶ୍ରଦ୍ଧା କପୁରଙ୍କ ଭାଇ । ଯାହାଙ୍କୁ ବେଆଇନ ଡ୍ରଗ୍ସ ସେବନ କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି । ଏଥି ସହିତ ଅନ୍ୟ ୬ ଜଣଙ୍କର ମଧ୍ୟ ଚେକିଂବେଳେ ଡ୍ରଗ୍ସ ସେବନ କରିଥିବା ନେଇ ସୂଚନା ମିଳିଛି । ଏହି ଖବର ମିଳିବା ପରେ ଗଣମାଧ୍ୟମ ପକ୍ଷରୁ ଶକ୍ତି କପୁରଙ୍କ ସହ ଯୋଗଯୋଗ କରିଥିଲେ ସୁଦ୍ଧା କିଛି ଉତ୍ତର ମିଳିପାରି ନାହିଁ ।

ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବଲିଉଡର ବହୁ ସେଲିବ୍ରେଟିଙ୍କ ନାମ ଡ୍ରଗ ମାମଲାସହ ଜଡିତ ହେବାରେ ଲାଗିଛି । ଏବେ ପୁଣି ସିଦ୍ଧାନ୍ତ କପୁର ବେଙ୍ଗାଳୁରୁ ପୋଲିସ ଦ୍ୱାରା ଗିରଫ ହୋଇଥିବା ସୂଚନାମିଳିଛି ।

Leave a Reply

Your email address will not be published. Required fields are marked *