Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ମୋମୋ ଖାଉଥିଲେ ସାବଧାନ !

(ଦ କୁଇଭର ବ୍ୟୁରୋ): ଅନେକ ଲୋକ ମୋମୋ ଖାଇବାକୁ ଭଲ ପାଆନ୍ତି । ହେଲେ ମୋମୋ ଖାଇବା ବେଳେ ସାବଧାନ ସହ ଖାଅନ୍ତୁ ନଚେତ୍ ଯାଇପାରେ ଜୀବନ । ଏକଥା ଆମେ ନୁହେଁ AIIMS ଡାକ୍ତର ସମସ୍ତଙ୍କୁ ଚେତାଇ ଦେଇଛନ୍ତି । ନିକଟରେ ଜଣେ ୫୦ ବର୍ଷ ବୟଷ୍କ ବ୍ୟକ୍ତିଜଣକ ମୋମୋ ଖାଇ ଦିଲ୍ଲୀରେ ମୃତ୍ୟୁ ବରଣ କରିଥିବା ନେଇ ଭୁବନେଶ୍ୱର AIIMS ସୂଚନା ଦେଇଛି । ମୋମୋ ଖାଇବା ପରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଫୋରେନସିକ୍ ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣକ ପୂର୍ବରୁ ମଦ୍ୟପାନ କରି ଏକ ଦୋକାନରେ ମୋମୋସ୍ ଖାଉଥିଲେ, ଯେଉଁଥିରେ ସେ ତଳେ ପଡ଼ିଯାଇଥିଲେ ।

AIIMSର ଫରେନସିକ୍ ବିଭାଗ ଅନୁଯାୟୀ ଦିଲ୍ଲୀରେ ୫୦ ବର୍ଷ ବୟସ୍କ ବ୍ୟକ୍ତି ଜଣକ ମୋମୋକୁ ସିଧାସଲଖ ଗିଳି ଦେଇଥିଲେ । ଫଳରେ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତର କହିଛନ୍ତି ଯେ କେବଳ ମୋମୋ ଖାଇବା ସମୟରେ ନୁହେଁ, ଅନ୍ୟ କିଛି ଖାଇବା ସମୟରେ ମଧ୍ୟ ଏହା ହୋଇପାରେ । ତେଣୁ ଗିଳିବା ପରିବର୍ତ୍ତେ ଚୋବାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଡାକ୍ତର କହିଛନ୍ତି ଯେ ଯଦି ଏକ ଛୋଟ କଣିକା ମଧ୍ୟ ଶ୍ୱାସନଳୀରେ ପ୍ରବେଶ କରେ, ତେବେ କାଶ ତୁରନ୍ତ ଏହାକୁ ବାହାର କରିଦିଏ । ମୋମୋ ମୃତ୍ୟୁ ବିରଳ କିନ୍ତୁ ପପକର୍ଣ୍ଣ, ବାଦାମ, କିମ୍ବା ଚୁଇଙ୍ଗମ୍ ଖାଇବା ସମୟରେ ମଧ୍ୟ ହୋଇପାରେ । ଖାଦ୍ୟ ଖାଇବାବେଳେ ଯଦି ତୁମେ କଥାବାର୍ତ୍ତା କିମ୍ବା ହସୁଛ, ଖାଦ୍ୟ ଅଟକି ଯାଇପାରେ । ତେଣୁ ଖାଇବା ବେଳେ ସାବଧାନର ସହ ଖାଇବା ଏବଂ ଗିଳିବା ପରିବର୍ତ୍ତେ ଚୋବାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଖାଇବା ବେଳେ ସିଧାସଳଖ ଗିଳିଲେ ଖାଦ୍ୟ ଶ୍ୱାସନଳୀରେ ପ୍ରବେଶ କରେ । ତେଣୁ ପ୍ରଥମେ ଖାଦ୍ୟକୁ ଭଳ ଭାବରେ ଚୋବାଇବା ଉଚିତ୍ । ଏହାଦ୍ୱାରା ଖାଦ୍ୟ ଗୁଣ୍ଡ ହୋଇ ଖାଦ୍ୟନଳୀକୁ ଯାଇଥାଏ । ତେଣୁ କେବେହେଲେ ଅନ୍ୟମନସ୍କ ହୋଇ ଖାଆନ୍ତୁ ନାହିଁ । ଖାଇଲା ବେଳେ କଥା ହେଲେ ଖାଦ୍ୟନଳୀ ବନ୍ଦ ହୋଇ ଶ୍ୱାସନଳୀ ଖୋଲା ରହିଥାଏ । ଏହି ସମୟରେ ତଣ୍ଟିରେ କିଛି ଲାଗିଲେ ପିଠି ଥାପୁଡ଼େଇବେ । ଏଥିରେ ଯଦି ଭଳ ନହେଲା ତେବେ ପଛପଟୁ ଦୁଇ ହାତରେ ପଞ୍ଜରା ତଳୁ କୁଣ୍ଢେଇ ଧରିବେ । ଯାହାକୁ ହେଲ୍ମିକ୍ ପ୍ରୋସିଜ୍ୟୁଅର ବୋଲି କୁହାଯାଏ । ତେଣୁ ମୋମୋ ଖାଇବା ସମୟରେ ନୁହେଁ, ଅନ୍ୟ କିଛି ଖାଇବା ସମୟରେ ମଧ୍ୟ ଏହା ହୋଇପାରେ । ତେଣୁ, ଗିଳିବା ପରିବର୍ତ୍ତେ ଚୋବାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

Exit mobile version