ନପୁରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଘନଉଛି ବିବାଦ: ଭାରତକୁ ଏପରି କହିଲେ ଜାତିସଂଘ ମୁଖପାତ୍ର

(ଦ କୁଇଭର ବ୍ୟୁରୋ): ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିଜେପି ନେତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଘନଉଛି ବିବାଦ । ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମା ଏବଂ ନବୀନ କୁମାର ଜିନ୍ଦଲ ମହମ୍ମଦଙ୍କ ଉପରେ ହୋଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ବି ଉତ୍ତେଜନାମୂଳକ ପରିବେଶ ରହିଛି। ଅନେକ ରାଜ୍ୟରୁ ହିଂସା ଘଟଣା ସାମ୍ନାକୁ ଆସିଛି। ଇସଲାମିକ ଦେଶଗୁଡିକରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି । ଏହି ସମୟ ମଧ୍ୟରେ ଏହି ହିଂସାକୁ ରୋକିବା ପାଇଁ ମିଳିତ ଜାତିସଂଘ ମଧ୍ୟ ଭାରତକୁ ନିବେଦନ କରିଛି ।

ପ୍ରଫେଟ ମହମ୍ମଦଙ୍କ ଉପରେ ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ଉପରେ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନି ଗୁଟେରସଙ୍କ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ୍ କହିଛନ୍ତି ଯେ ଧର୍ମ, ଭିନ୍ନତା ଏବଂ ଘୃଣା ଉପରେ ଆଧାରିତ ହିଂସା ଘଟଣାକୁ ଭାରତ ସରକାର ବନ୍ଦ କରିବା ଉଚିତ୍। ଧର୍ମ ପ୍ରତି ପୂର୍ଣ୍ଣ ସମ୍ମାନ ସପକ୍ଷରେ ଗୁଟେରସ ଅଛନ୍ତି । ଭାରତରେ କୈଣସି ପ୍ରକାର ହିଂସା ବନ୍ଦ କରିବାକୁ ନିବେଦନ କରିଛନ୍ତି ।

ଅନ୍ୟପଟେ ଏପରି ମନ୍ତବ୍ୟ ଦେଇଥିବା ନୁପୂର ଶର୍ମା ଓ ନବୀନ ଜିନ୍ଦଲଙ୍କୁ ଭାରତୀୟ ଜନତା ପାର୍ଟି ମଧ୍ୟ ଦଳର ସଦସ୍ୟତାରୁ ନିଲମ୍ବିତ କରିଛି । କେବଳ ଏତିକି ନୁହେଁ କେବଳ ଏତିକି ନୁହେଁ ଦିଲ୍ଲୀର ମିଡିଆ ମୁଖ୍ୟ ନବୀନ ଜିନ୍ଦଲଙ୍କୁ ମଧ୍ୟ ବହିଷ୍କାର କରାଯାଇଛି। ନବୀନ ଜିନ୍ଦଲ ମଧ୍ୟ ସମାନ ପ୍ରସଙ୍ଗରେ ବିବାଦୀୟ ପୋଷ୍ଟ କରି ଅଡୁଆରେ ଥିଲେ । ସେହିପରି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଭାରତ ପକ୍ଷରୁ ଉଦ୍ୟମ ଚାଲିଛି । ବୈଦେଶିକ ବିଭାଗ ମଧ୍ୟ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି । ବିଭାଗର ମୁଖପାତ୍ର ଅରିନ୍ଦମ ବାଗ୍ଚୀ କହିଛନ୍ତି, ”ଭାରତ ସରକାର ଆପତ୍ତିଜନକ ମନ୍ତବ୍ୟଙ୍କୁ ସମର୍ଥନ କରୁନାହାନ୍ତି । ଯେଉଁମାନେ ଏପରି ମନ୍ତବ୍ୟ ଦେଇଥିଲେ ସେମାନଙ୍କ ବିରୁଦ୍ଧରେ ଦଳ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ।”

Leave a Reply

Your email address will not be published. Required fields are marked *