(ଦ କୁଇଭର ବ୍ୟୁରୋ): ଆଉ ନିର୍ବାଚନ ଲଢିବେ ନାହିଁ ବିଜେଡିର ବରିଷ୍ଠ ନେତା ପିନାକୀ ମିଶ୍ର । ନିର୍ବାଚନ ରାଜନୀତିରୁ ଦୂରେଇ ଯିବେ ପିନାକୀ ! ଓକିଲାତିରେ ଅଧିକ ସମୟ ଦେବେ । ଏମିତି କିଛି କଥା ଏବେ ତାଙ୍କର କିଛି ଖାସ ସମର୍ଥକ କହୁଛନ୍ତି । ଏପରିକି ତାଙ୍କ ସହ ସମ୍ପର୍କ ରଖିଥିବା ଲୋକଙ୍କୁ ବି ସେ କହିଦେଲେଣି ଯେ, ଆଉ ଭୋଟ ରାଜନୀତିକୁ ସେ ଯିବେ ନାହିଁ । ଏହା ପଛର କାରଣ ସେ ହିଁ କେବଳ ଜାଣିଛନ୍ତି । ସେ ସରକାରଙ୍କ ଦ୍ୱାରା ଅଧିକ ଚାପଗ୍ରସ୍ତ ନା ସରକାରୀ ବୋଲାହାକ କରିବାକୁ ସେ ଡରୁଛନ୍ତି କିମ୍ବା ସେ ଯେପରି ସମାଲୋଚିତ ହୋଇଛନ୍ତି ସେଥିପାଇଁ ଡରୁଛନ୍ତି ? ତାହା କେବଳ ତାଙ୍କୁ ଜଣା ।

ହେଲେ ସେ ନିର୍ବାଚନରୁ ଦୂରେଇ ଯିବା କଥା ତାଙ୍କର କିଛି ସମର୍ଥକ କହିବା ପଛରେ କିଛି ଯୁକ୍ତି ବି ଦେଖାଉଛନ୍ତି । ୨୦୧୪ ନିର୍ବାଚନ ପରେ ପିନାକୀ ନିଜ ନିର୍ବାଚନ ମଣ୍ଡଳିରେ ବେଶ ସକ୍ରିୟ ରହୁଥିଲେ । ପାର୍ଲାମେଣ୍ଟ ଅଧିବେସନ ନଥିବା ବେଳେ ସେ ବିଭିନ୍ନ ଅଞ୍ଚଳ ବୁଲୁଥିଲେ । ହେଲେ ସେ ୨୦୧୯ ପରେ ସେ ସବୁ ବନ୍ଦ କରିଦେଇଛନ୍ତି । ଆଉ ଅଞ୍ଚଳ ପରିକ୍ରମା ବି ନାହିଁ । ସାଂସଦ ପ୍ରତିନିଧି ମାନଙ୍କ ସହ ବି ଯୋଗାଯୋଗ କମିଗଲାଣି । ଯାହା କିଛି ଯୋଗାଯୋଗ କେବଳ ତୃତୀୟ ମହଲା ସହ ରଖୁଛନ୍ତି । ସରକାରଙ୍କ କିଛି ଅସୁବିଧା ହେଲେ ରକ୍ଷାକର୍ତ୍ତା ଭାବେ ଚକ୍ର ଧରୁଛନ୍ତି ।

ଆଉ ଜନସାଧାରଣଙ୍କ ସହ ମିଶୁନାହାଁନ୍ତି । ତାଙ୍କର କାର୍ଯ୍ୟକଳାପ ସେମିତି କିଛି ସୂଚନା ଦେଉଛି । ପିନାକୀ ନିର୍ବାଚନରୁ ଦୂରେଇଯିବା କଥା, ଯଦି ସେ ଧାର୍ଯ୍ୟ କରିସାରିଛନ୍ତି, ତେବେ ତାହା ହିଁ ସେ କରିବେ । କାରଣ ତାଙ୍କ କିଛି କଥାକୁ ଦେଖିଲେ, ଏହା ସ୍ପଷ୍ଟ ହେଉଛି । ନିକଟରେ ସେ କହିଥିଲେ ଶ୍ରୀମନ୍ଦିର କରିଡରକୁ କୈଣସି ଏଜେନ୍ସି ବା ସଂସ୍ଥା ରୋକି ପାରିବ ନାହିଁ । ତାହା ହିଁ ହେଲା । ହଁ ଏକଥା ଭିନ୍ନ ଯେ, ସୁପ୍ରିମକୋର୍ଟରେ ତାଙ୍କର ଅନେକ ପ୍ରଭାବ ରହିଛି ବା ବିଚାରପତି ତାଙ୍କର ବ୍ୟାଚମେଟ । ପୁରୁଖା ଜଷ୍ଟିସ ମାନଙ୍କ ତାଙ୍କର ଉଠାବସା ରହିଛି । ସେ ଯାହା ଥାଉନା କାହିଁକି ପିନାକୀ ଯାହା କହିଥିଲେ ତାହା ହିଁ ହେଲା ।

ଏହାବ୍ୟତୀତ ରାଜନୀତିରେ ସେ ରହିଲେ, କି ଲାଭ । ଏବେକାର ସରକାରରେ ନେତା ମାନଙ୍କର ଔକାତ ସମସ୍ତଙ୍କୁ ଜଣା । ଅଫିସରଙ୍କ ନିର୍ଦ୍ଦେଶରେ ଚଳପ୍ରଚଳ ହେବାଛଡା ରାସ୍ତା ନାହିଁ । ଆଗରୁ ନେତାଙ୍କର ଯେଉଁ ଇଜ୍ଜତ ଥିଲା ତାହା ଆଉ ନାହିଁ । ତେଣୁ ରାଜନୀତିରେ ରହି ନାଚିବେ କାହିଁକି ? ରାଜନୀତି ଛାଡିଦେଲେ ସେ ସ୍ୱାଧୀନ ଭାବେ ସରକାରଙ୍କ କାମ କରିପାରିବେ । ଏଥିସହ ଓକିଲାତି କଲେ ସବୁ ପାଇପାରିବେ । ସରାକାରୀ ବାବୁ ମାନଙ୍କୁ ଆଣ୍ଟେଇ ଦେବେ ।

କାଳେ ସେଥିପାଇଁ ଲୋକଙ୍କଠାରୁ ଦୂରଉଛନ୍ତି,କୋର୍ଟ ସହ ଯୋଡି ହେଉଛନ୍ତି । ତାଙ୍କର ଯେଉଁ ୩୦ରୁ ଅଧିକ କମ୍ପାନୀ ରହିଛି ସେଥିରେ ସେ ସମୟ ଦେଇ ଅଧିକ ଲାଭ ପାଇବେ । କିନ୍ତୁ ଆଉ କିଛି ସମର୍ଥକ ଭିନ୍ନ କଥା କହୁଛନ୍ତି । ୨୦୧୯ରେ ହାରୁ ହାରୁ ଜିତିଗଲେ ପିନାକୀ । ଏଥର ଲୋକେ ଯେମିତି ତାତିଛନ୍ତି ପୂରା ଚିତା କାଟିଦେବେ । ହାରିବା ପରେ ରାଜନୀତି ଛାଡିବା ଅପେକ୍ଷା ଜିତି ଥିବା ବେଳେ ନିର୍ବାଚନରୁ ଦୂରେଇଗଲେ ଭଳ । ଭୟ ଯୋଗୁ ସେ ନିର୍ବାଚନରୁ ଦୂରେଇ ଯିବେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *