ଠିଆ ହେବାକୁ ପୁଟିନଙ୍କ ବଳ ନାହିଁ, ହାତ-ଗୋଡ ଥରୁଛି… ଭାଇରାଲ ହେଉଛି ଏମିତି ଭିଡିଓ

(ଦ କୁଇଭର ବ୍ୟୁରୋ): ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣି ଏକ ଖବର ସାମ୍ନାକୁ ଆସିଛି । ଗୋଟିଏ ପରେ ଗୋଟିଏ ଗୁଜବ ସାମ୍ନାକୁ ଆସୁଥିବା ବେଳେ ଏବେ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ ପୁଟିନ ଥରୁଛନ୍ତି ଏବଂ ସେ ଠିକ୍ ରେ ଠିଆ ମଧ୍ୟ ହୋଇପାରୁନାହାନ୍ତି ।

ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ରେମଲିନରେ ଏକ ପୁରଷ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ । ଏହା ସମୟରେ ସେ ଥରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଥିସହ ପୁଟିନଙ୍କ ଗୋଡ ମଧ୍ୟ ଥରୁଥିବାର ସେହି ଭିଡିଓରେ ଦେଖିବାକୁ ମିଳୁଛି । ପୁରସ୍କାର ସମାରୋହରେ ୬୯ ବର୍ଷର ପୁଟିନ୍ ଫିଲ୍ମ ନିର୍ମାତା ନିକିତା ମିଖାଇଲୋଭାଙ୍କୁ ସମ୍ମାନିତ କରିବା ସମୟରେ ଆଗକୁ ଓ ପଛକୁ ହୋଇକି ହଲୁଥିବାର ଦେଖିବାକୁ ମିଳୁଛନ୍ତି। ଏହା ସହିତ ପୁଟିନ୍ ଯେତେବେଳେ ପୋଡିୟମ ନିକଟରେ ଠିଆ ହୋଇଥିଳେ ତାଙ୍କ ପାଦ ମଧ୍ୟ ଥରୁଥିବାର ଦେଖାଯାଇଥିଲା। ଏହି ଭିଡିଓଟି NBCUniversal ମାଇକ ସିଙ୍ଗଟନର ପୂର୍ବତନ ବରିଷ୍ଠ କାର୍ୟ୍ୟନିର୍ବାହୀଙ୍କ ଦ୍ୱାରା ଟ୍ୱିଟରରେ ସେୟାର କରାଯାଇଛି । ତେବେ ଏହି କ୍ଲିପ୍ ର ସତ୍ୟତାକୁ ନେଇ ଅଫିସିଆଲି କୈଣସି ସ୍ପଷ୍ଟ କରାଯାଇନାହିଁ

ପୁଟିନଙ୍କ ଡାକ୍ତର ତାଙ୍କୁ ଅଧିକ ଭିଡ଼ ସ୍ଥାନକୁ ନଯିବାପାଇଁ ପରାମର୍ଶ ଦେଇଛନ୍ତି। ତେବେ ପୁଟିନଙ୍କ ସ୍ବାସ୍ଥ୍ୟ ନେଇ ଜାରି ହୋଇଥିବା ଏହି ଭିଡିଓ କେତେଦୁର ସତ ତାହା ଜଣାପଡ଼ିନି। ପୂର୍ବରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ପୁଟିନ ବ୍ଲଡ୍ କ୍ୟାନସରରେ ପୀଡ଼ିତ ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ରହିଛି। ପୁଟିନ ମାତ୍ର ୨ରୁ ୩ ବର୍ଷ ବଞ୍ଚିବେ ବୋଲି ରିପୋର୍ଟରେ କୁହାଯାଇଥିଲା। କିନ୍ତୁ ରୁଷ୍ ଅଧିକାରୀମାନେ ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଥିଲେ।

Leave a Reply

Your email address will not be published. Required fields are marked *