ଅଗ୍ନିପଥ ଯୋଜନାକୁ ବିରୋଧ: ଟ୍ରେନରେ ନିଆଁ ଲଗାଇ ଦେଲେ ଛାତ୍ର

(ଦ କୁଇଭର ବ୍ୟୁରୋ): ଜଳୁଛି ବିହାର । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ସ୍କିମକୁ ନେଇ ବିହାରରେ ତୀବ୍ର ବିରୋଧ ଦେଖାଦେଇଛି । ଯୁବକ ଓ ଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇ ହିଂସା ପ୍ରଦର୍ଶନ କରୁଛନ୍ତି । ବକ୍ସାରରୁ ମୁଙ୍ଗର ଏବଂ ସାହାରା ଠାରୁ ନୱାଡା ପର୍ୟ୍ୟନ୍ତ ହିଂସାତ୍ମକ ପ୍ରଦର୍ଶନ ଚାଲିଛି । ବିକ୍ଷୋଭକାରିମାନେ ଅନେକ ସ୍ଥାନରେ ଯାତ୍ରୀବାହୀ ଟ୍ରେନ୍ ରେ ନିଆଁ ଲଗାଇଦେଇଛନ୍ତି । ଏହି କାରଣରୁ ଘଟଣାସ୍ଥଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଅନେକ ରେଲୱେ ଷ୍ଟେସନରେ ଭଙ୍ଗାରୁଜା ମଧ୍ୟ କରିଥିବା ସୂଚନାମିଳିଛି । ବିହାରରେ କ୍ରମାଗତ ଦ୍ୱିତୀୟ ଦିନ ଏହି ଯୋଜନା ବିରୋଧରେ ପ୍ରଦର୍ଶନ ଚାଲିଛି । ମୁଙ୍ଗେର, ସହରସା, ଛପ୍ରା ଓ ମୁଜାଫରପୁର ଭଳି ଜିଲ୍ଲାରେ ଯୁବକମାନେ ରାସ୍ତାକୁ ଓହ୍ଲାଇଛନ୍ତି । କେତେକ ସ୍ଥାନରେ ସେମାନେ ରେଳ ଟ୍ରାକ୍ ଉପରେ ବସିଛନ୍ତି ଓ ଆଉ କେତକ ସ୍ଥାନରେ ଟାୟାରରେ ନିଆଁ ଲଗାଇ ପ୍ରଦର୍ଶନ କରୁଛନ୍ତି ।

କେବଳ ବିହାର ନୁହେଁ ଗୁରୁଗ୍ରାମରେ ଏହାକୁ ତୀବ୍ର ବିରୋଧ କରାଯାଉଛି। ବିହାରର ବକ୍ସର, ଜାହାନାବାଦରେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଛାତ୍ରମାନେ ଜାହାନାବାଦରେ ୮୩ ନମ୍ଵର ଜାତୀୟ ରାଜପଥ ଏବଂ ୧୧୦ ନମ୍ଵର ଜାତୀୟ ରାଜପଥରେ ଟାୟର ଜାଳି ଅବରୋଧ କରିଛନ୍ତି। ଫଳରେ ଯାତାୟତ ଠପ ହୋଇପଡିଛି।

କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ସେନାରେ ୪ ବର୍ଷ ପାଇଁ କାମ କରିବା ପରେ ଅବସର ନେବୁ। ହେଲେ ଅବସର ନେବାପରେ ପୁଣି ଆମେମାନେ କ’ଣ କରିବୁ ବୋଲି ସେମାନେ ଅସନ୍ତୁଷ୍ଟ ଛାତ୍ରମାନେ ପ୍ରଶ୍ନ କରିଛନ୍ତି । ୪ ବର୍ଷ ପୂରଣ ହେବାପରେ ୨୫% ଅଗ୍ନିବୀରଙ୍କୁ ସ୍ଥାୟୀ କ୍ୟାଡରରେ ନିଯୁକ୍ତି ଦିଆଯିବ, କିନ୍ତୁ ବାକି ଦଶମ ଓ ଦ୍ଵାଦଶ ଶ୍ରେଣୀ ପାସ୍ କରି ଅଗ୍ନିବୀର ହୋଇଥିବା ୭୫% ଯୁବକଙ୍କ ପାଖରେ ୪ ବର୍ଷ ପରେ କ’ଣ ବିକଳ୍ପ ରହିବ? ସରକାର ଯଦିଓ ତାଙ୍କୁ ୧୨ ଲକ୍ଷ ଟଙ୍କା ସେବାନିଧି ଦେବେ, କିନ୍ତୁ ଆଉ ଏକ ଚାକିରି ଦେବା ପାଇଁ ସରକାରଙ୍କ ପାଖରେ କ’ଣ ଯୋଜନା ରହିଛି ବୋଲି ପ୍ରଶ୍ନ ଉଠୁଛି।

Leave a Reply

Your email address will not be published. Required fields are marked *