ଜରୁରିକାଳୀନ ଅବତରଣ କଲା ସ୍ପାଇସ୍ ଜେଟ୍ ବିମାନ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

(ଦ କୁଇଭର ବୁରୋ) : ପାଟନାରୁ ଦିଲ୍ଲୀ ପାଇଁ ଉଡାଣ ଭରିଥିବା ସ୍ପାଇସ୍ ଜେଟର ବିମାନରେ ନିଆଁ ଲାଗିଛି । ଫଳରେ ବିମାନକୁ ଜରୁରୀକାଳୀନ ଅବତରଣ କରାଇବାକୁ ପଡିଛି । ବିମାନରେ ୧୮୫ ଯାତ୍ରୀ ଯାତ୍ରା କରୁଥିଲେ। ହେଲେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣା ପଡିଛି । ସୂଚନା ଅନୁଯାୟୀ, ବିମାନର ଇଞ୍ଜିନରେ ନିଆଁ ଲାଗିଛି। ଏହାର ସୂଚନା ମିଳିବା ମାତ୍ରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଆଲର୍ଟ ମୋଡରେ ରହିଛି । ବିମାନ ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ବାହାର କରାଯାଇଛି।

ସୂଚନା ମୁତାବକ, ବିମାନରେ ୧୮୫ ଜଣ ଯାତ୍ରା ସୁରକ୍ଷିତ ଥିବା ଜଣାପଡିଛି । ସୂଚନନୁସାରେ ସ୍ପାଇସ୍ ଜେଟର ଏହି ବିମାନଟି ଦିଲ୍ଲୀରୁ ପାଟନା ଅଭିମୁଖେ ଉଡାଣ ଭରିଥିଲା । ଏହି ସମୟରେ ବିମାନର ଗୋଟିଏ ପଟେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ତତକ୍ଷଣାତ୍ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା ।

କେଉଁ କାରଣରୁ ବିମାନରେ ନିଆଁ ଲାଗିଲା ତାହା ସ୍ପଷ୍ଟ ଜଣାପଡିନାହିଁ । ଏନେଇ ତଦନ୍ତ ଆରମ୍ଭ ହୋଇଛି । ଯାତ୍ରୀଙ୍କ କହିବା ଅନୁସାରେ , ବିମାନଟି ଅପରାହ୍ନ ସାଢେ ୧୨ଟା ସମୟରେ ଦିଲ୍ଲୀରୁ ଉଡାଣ ଭରିଥିଲା । ସେହି ସମୟରେ ବିମାନରେ କିଛି ଗଡବଡ ହୋଇଥିବା ଅନୁମାନ କରାଯାଉଥିଲା । ପରେ ଜଣାପଡିଲା ବିମାନରେ ନିଆଁ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଜରୁରୀ ଅବତରଣ ପୂର୍ବରୁ ପାଖାପାଖି ୨୫ ମିନିଟ ଯାଏଁ ବିମାନଟି ଆକାଶରେ ଥିଲା ।

Leave a Reply

Your email address will not be published. Required fields are marked *