ମାଡ଼ଖିଆ କାମ କରୁଛନ୍ତି କି ପର୍ଯ୍ୟଟକ ?

ପୁରୀ (ଦ କୁଇଭର): ପର୍ଯ୍ୟଟକଙ୍କ ଉପରେ ହେଉଛି ମାଡ଼ । କିଏ ନିର୍ଦ୍ଧୁମ ଛେଚିଲାଣି ତ କିଏ ଚାପୁଡ଼ା ମାରିଲାଣି । ଏମିତି ବାରମ୍ବାର ଅଭିଯୋଗ ହେଉଛି । ଏପରିକି ପୋଲିସ ମଧ୍ୟ ପର୍ଯ୍ୟଟକଙ୍କ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଓ ବାରମ୍ବାର ଭିଡିଓ ଭାଇରାଲ ହେଉଛି, ଏଥିରେ ପର୍ଯ୍ୟଟକଙ୍କ ଉପରେ ମାଡ଼ ହେଉଛି, ନା ପର୍ଯ୍ୟଟକମାନେ ମାଡ଼ଖିଆ କାମ କରୁଛନ୍ତି? ଯେଉଁଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । ଏହି ପ୍ରଶ୍ନ ଏବେ ସୃଷ୍ଟି ହେଲାଣି । ପର୍ଯ୍ୟଟକଙ୍କ ଉପରେ ଏଭଳି ବାରମ୍ବାର ଆକ୍ରମଣ ଓ ମାଡ଼ ହେଲେ ଓଡ଼ିଶା ପର୍ଯ୍ୟଟନ ବଦନାମ୍ ହେବ । ପର୍ଯ୍ୟଟକମାନେ ଆସିବାକୁ ଭୟ କରିବେ । ଏପରିକି ସୋସିଆଲ ମିଡିଆରେ କୌଣସି ସୀମା ସରହଦ୍ ନାହିଁ । ଏଭଳି ନକରାତ୍ମକ ପ୍ରଚାର ଓଡ଼ିଶା ପର୍ଯ୍ୟଟନ ପାଇଁ ମାରାତ୍ମକ ହେବ । କିନ୍ତୁ ବାସ୍ତବରେ ଘଟଣା କ’ଣ? ଏଥିପ୍ରତି ପର୍ଯ୍ୟଟନ ବିଭାଗ କେବେ ଚିନ୍ତା କଲାଣି କି? ପ୍ରକୃତରେ ଘଟଣା କ’ଣ? ପର୍ଯ୍ୟଟକମାନଙ୍କ ଉପରେ ମାଡ଼ ହେଉଛି ନା ପର୍ଯ୍ୟଟକମାନେ ଉତ୍ସୁଙ୍ଖଳ ନା ପର୍ଯ୍ୟଟନ ବିଭାଗରେ ସେବା ଯୋଗାଉଥିବା ସେବାକାରୀମାନେ ଜୁଲୁମ କରୁଛନ୍ତି? ଏହା ହେଉଛି ବର୍ତ୍ତମାନର ସବୁଠୁ ବଡ଼ ପ୍ରଶ୍ନ । ଏବେ ଆପଣଙ୍କ ପାଖରେ କିଛି ଘଟଣା ଉପସ୍ଥାପନ କରୁଛ, ଯାହା ଅତ୍ୟନ୍ତ ସମ୍ବେଦନଶୀଳ ।

ଗତକାଲି ରାତିରେ ଜଣେ ମହିଳା ପର୍ଯ୍ୟଟକ ଏକ ଟ୍ରାଭେଲ ଏଜେନ୍ସି ନାଁରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି । ତାଙ୍କୁ ବ୍ରେକ୍ ଫେଲ୍ ଥିବା ସ୍କୁଟି ବୁଲିବା ପାଇଁ ଦିଆଯାଇଥିଲା । ସେ ଏଥିପାଇଁ ମରୁ ମରୁ ବଞ୍ଚିଛନ୍ତି । ଏହାପରେ ସ୍ୱୁଟି ଦେଇଥିବା ଏଜେନ୍ସିକୁ ଏହାର ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ଏହା ଉଗ୍ର ରୂପ ନେଇଥିଲା । ଏଜେନ୍ସିର ଲୋକ ଉକ୍ତ ମହିଳାଙ୍କୁ ଏକ ଚାପୁଡା ମାରିଥିଲେ । ତାଙ୍କ ଚିତ୍କାର ଶୁଣି କେବଳ ଆଖପାଖର ପର୍ଯ୍ୟଟକମାନେ ଜମା ହୋଇନଥଲେ, ପୋଲିସ ବି ଆସିଥିଲା । ସେଠାରେ ଖଣ୍ଡଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ ଜଣାପଡ଼ିଥିଲା କାଳେ ମହିଳା ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥିଲେ । କିନ୍ତୁ ତାଙ୍କ ହାବଭାବ ଓ କଥାବାର୍ତ୍ତାରୁ ଏହା ଜଣାପଡ଼ୁନଥିଲା । ଘଟଣା ଆଜି ବି ଅସ୍ପଷ୍ଟ ରହିଛି, ମହିଳା ପର୍ଯ୍ୟଟକ ଜଣଙ୍କ ନିଶାଶକ୍ତ ଅବସ୍ଥାରେ ଥିଲେ ନା ମହିଳା ପର୍ଯ୍ୟଟକ ଭାବରେ ସୂଯୋଗ ନେଇ ଏପରି କରିଥିଲେ ନା ପ୍ରକୃତରେ ତାଙ୍କ ଅଭିଯୋଗ ସତ ଥିଲା । ଏହି ଘଟଣାକୁ ନେଇ ପୁରୀ ପୋଲିସ ମଧ୍ୟ ନିରବ । ଏହା ସୋସିଆଲ ମିଡିଆରେ ଘୁରି ବୁଲିଲା । ଏହାଦ୍ୱାରା ମହିଳା ପର୍ଯ୍ୟଟକମାନେ ପୁରୀରେ ସୁରକ୍ଷିତ ବୋଲି ଏକ ବର୍ତ୍ତା ସମାଜକୁ ଯିବ । କ୍ଷତି କାହାର ହେବ ।

କେବଳ ଏହି ଘଟଣା ନୁହେଁ, ପୂର୍ବରୁ ମଧ୍ୟ ସିଂହଦ୍ୱାର ସାମ୍ନାରେ ପୋଲିସ ପର୍ଯ୍ୟଟକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ପର୍ଯ୍ୟଟକଙ୍କ ଭୁଲ ଥିଲା କି ପୋଲିସର ତାହା ତ ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିଲାନି । କିନ୍ତୁ ସାରା ଦେଶକୁ ଗୋଟିଏ ନକରାତ୍ମକ ବାର୍ତ୍ତା ଗଲା। ଓଡ଼ିଶା ପର୍ଯ୍ୟଟନ ବଦନାମ ହେଲା ।

ଯଦି ପର୍ଯ୍ୟଟକମାନଙ୍କ ଉପରେ ଏମିତି ଆକ୍ରମଣ ହେଉ କି ନ ହେଉ ତାହା ତ ଭିନ୍ନ ପ୍ରସଙ୍ଗ । ଯଦି ଜାଣିଶୁଣି ପର୍ଯ୍ୟଟକମାନେ ଏପରି ମିଛ ଅଭିଯୋଗ ବାରମ୍ବାର କରୁଛନ୍ତି, ତେବେ ସେମାନଙ୍କ ବିରୋଧରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଯଦି ଏହି ଘଟଣା ସତ ହୋଇଥାଏ, ପର୍ଯ୍ୟଟକଙ୍କ ଉପରେ ମାଡ଼ ହେଉଥାଏ, ତେବେ ଏଥିରେ ଭୁଲ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ନିହାତି ଆବଶ୍ୟକ । ଯଦି ଏହା ନହୁଏ, ତେବେ ଓଡ଼ିଶାର ପର୍ଯ୍ୟଟନ ବିଶ୍ୱ ଦରବାରରେ ବଦନାମ ହେବ । ଆଉ ଧିରେ ଧିରେ ପର୍ଯ୍ୟଟକଙ୍କ ସଂଖ୍ୟା କମି କମି ଯିବ ।

Leave a Reply

Your email address will not be published. Required fields are marked *