ଅଗ୍ନିପଥ ଯୋଜନାକୁ ନେଇ ଭାରତ ବନ୍ଦ

(ଦ କୁଇଭର ବ୍ୟୁରୋ): ଜଳୁଛି ଅଗ୍ନିପଥ ନିଆଁ । ଆଜି ମଧ୍ୟ ଏହି ଯୋଜନାକୁ ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ଯୋଜନାକୁ ବିରୋଧ କରି ବହୁ ଛାତ୍ର ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି କାରଣରୁ ଦେଶର ଅନେକ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିହାରର ୨୦ ଟି ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ ହୋଇଥିବାବେଳେ ଆଜି ୩୫୦ ଟି ଟ୍ରେନ୍ ମଧ୍ୟ ବାତିଲ କରାଯାଇଛି। ଉତ୍ତରପ୍ରଦେଶର ନୋଏଡା ଠାରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି।

ଗତ କିଛି ଦିନ ହେବ ସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ବିରୋଧରେ ସାରା ଦେଶରେ ତୀବ୍ର ବିରୋଧ ପ୍ରଦର୍ଶନ ଜାରିରହିଥିବା ବେଳେ ପ୍ରଦର୍ଶନକାରୀ ଅନେକ ଟ୍ରେନ୍,ବସ୍, ରେଳ ଷ୍ଟେସନରେ ନିଆଁ ଲାଗାଇଦେଇଛନ୍ତି । ଏଥି ସହିତ ୟୁପି, ହରିୟାଣା, ପଶ୍ଚିମବଙ୍ଗ ଏବଂ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ପୋଲିସ ପ୍ରଶାସନ ହାଇଆଲର୍ଟ ରେ ରହିଛନ୍ତି । ବାସ୍ତବରେ, ଏହି ଅଗ୍ନିପଥ ଯୋଜନା ଘୋଷଣା ହେବା ପରଠାରୁ ଛାତ୍ରମାନଙ୍କ ଦ୍ୱାରା ପ୍ରଦର୍ଶନ ନାମରେ ହିଂସାତ୍ମକ ଘଟଣା ଘଟୁଛି ଭରତ ବୃନ୍ଦକୁ ଦୃଷ୍ଟିରେ ରଖି ଝାଡଖଣ୍ଡର ସମସ୍ତ ବିଦ୍ୟାଳୟ ଆଜି ବନ୍ଦ ରହିଛି।

ଗୋଟିଏ ପଟେ ବିକ୍ଷୋଭ ପ୍ରଦର୍ଶ ଚାଲିଥିବା ବେଳେ ରବିବାର ଏହି ଯୋଜନା ସମ୍ପର୍କରେ ତିନି ସନ୍ୟବାହିନୀ ଦ୍ୱାରା ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଗ୍ନିପଥ ଯୋଜନାର ଲାଭ ସମ୍ପର୍କରେ ବୁଝାଇ ଦିଆଯାଇଥିଲା । ଏହାସହ ଯୋଜନାକୁ ଫେରାଇ ନିଆଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା । ଏହାପରେ ପ୍ରଦର୍ଶନକାରୀଙ୍କ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି ।

Leave a Reply

Your email address will not be published. Required fields are marked *