ଅଗ୍ନିବୀରଙ୍କୁ ଆନନ୍ଦ ମହିନ୍ଦ୍ରା ଦେଲେ ଏହି ଅଫର

(ଦ କୁଇଭର ବ୍ୟୁରୋ): ଗୋଟିଏ ପଟେ ସେନାର ନୂତନ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ସାରା ଦେଶରେ ବିରୋଧ ଚାଲିଥିବା ବେଳେ ମହିନ୍ଦ୍ରା ଗୃପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଅଗ୍ନିବୀରଙ୍କୁ ଏକ ବଡ ଅଫର ଦେଇଛନ୍ତି । ଆନନ୍ଦ ମହିନ୍ଦ୍ରା ଘୋଷଣା କରିଛନ୍ତି ଯେ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗୃପରେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯିବ । ଅଗ୍ନିବୀରମାନେ ୪ ବର୍ଷ ଚାକିରି କରିବା ପରେ ମହିନ୍ଦ୍ରା ଗୃପରେ ସେମାନଙ୍କୁ କାମ କରିବାର ସୁଯୋଗ ମିଳିବ । ଏନେଇ ଆନନ୍ଦ ମହିନ୍ଦ୍ରା ସୋମବାର ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।

ସେ ଲେଖିଛନ୍ତି, “ଅଗ୍ନିପଥ ସ୍କିମ୍ ଉପରେ ହୋଇଥିବା ହିଂସା ପ୍ରଦର୍ଶନ ହେଉଛି ତାହା ଅତ୍ୟନ୍ତ ନିରାଶାଜନକ। ଅଗ୍ନିବୀରଙ୍କୁ ଯେଉଁ ଅନୁଶାସନ ଏବଂ କୌଶଳ ମିଳିବ ତାହା ସେମାନଙ୍କୁ ଉଲ୍ଲେଖନୀୟ ରୂପରେ ରୋଜଗାରକ୍ଷମ କରିବାରେ ସହାୟକ ହେବ। ଗତ ବର୍ଷ ଏହି ଯୋଜନା ବିଷୟରେ ଯେତେବେଳେ ଆଲୋଚନା ପର୍ୟ୍ୟାଲୋଚନ ଚାଲିଥିଲା ସେହି ସମୟରେ ମୁଁ କହିଥିଲି। ମହିନ୍ଦ୍ରା ଗୃପ ଏହିଭଳି ପ୍ରଶିକ୍ଷିତ, ସକ୍ଷମ ଯୁବକଙ୍କୁ ନିଯୁକ୍ତି ଦେବାକୁ ସୁଯୋଗ ଦେବ। ତେବେ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗୃପରେ ଆଡମିନିଷ୍ଟ୍ରେସନ୍, ସପ୍ଲାଇ ଚେନ୍ ଏବଂ ମ୍ୟାନେଜମେଣ୍ଟରେ ନିଯୁକ୍ତି ସୁଯୋଗ ମିଳିବ।

Leave a Reply

Your email address will not be published. Required fields are marked *