Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପ୍ରକାଶ ପାଇଲା ‘ଅଗ୍ନିବୀର’ ନିଯୁକ୍ତି ବିବରଣୀ

(ଦ କୁଇଭର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ଅଗ୍ନିପଥ ଯୋଜନା ବିରୋଧରେ ବହୁ ଛାତ୍ର ସଂଗଠନ ଆଜି ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଭାରତୀୟ ସ୍ଥଳସେନା ପକ୍ଷରୁ ‘ଅଗ୍ନିବୀର’ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। joinindianarmy.nic.in ରେ ୱେବସାଇଟରେ ବିବରଣୀ ଦିଆଯାଇଛି । ଶିକ୍ଷାଗତ, ଶାରୀରିକ ଯୋଗ୍ୟତା ସଂପର୍କରେ ଏଥିରେ ସୂଚନା ରହିଛି । ବିବରଣୀ ଅନୁସାରେ ଆଗାମୀ ଜୁଲାଇରେ ନିଯୁକ୍ତି ରାଲି ନେଇ ସ୍ଥଳସେନାର ଯୋଜନା ରହିଛି । ଅଗ୍ନିବୀର ନିଯୁକ୍ତି ପାଇଁ ଅନଲାଇନରେ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରାଯାଇଛି । ଏଥିଲାଗି ଜୁଲାଇରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ।

ଆଗାମୀ ଜୁଲାଇରେ ନିଯୁକ୍ତି ରାଲି ନେଇ ସୁଚନା ଦେଇଛନ୍ତି ସ୍ଥଳସେନା ।ତେବେ ଗତକାଲି ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଦେଖା ଦେଇଥିବା ଅସନ୍ତୋଷକୁ ନେଇ ପ୍ରତିକ୍ରିୟା ଦେଇ ପ୍ରତିରକ୍ଷା ବିଭାଗର ଅତିରିକ୍ତ ସଚିବ ଅନୀଲ ପୁରୀ କହିଥିଲେ ଯେ ପ୍ରତି ବର୍ଷ ତିନି ସେନାରେ ୧୭,୬୦୦ ଯବାନ ଅବସର ନେଇଥାନ୍ତି ଏବଂ ଏହା ପରେ ସେମାନେ କଣ କରନ୍ତି କେହି ବୁଝନ୍ତି ନାହିଁ ।

୨୫ ବର୍ଷରେ ଚାକିରୀ ମିଳିବା ଏକ ବଡ଼ ପରିକଳ୍ପନା । ତେଣୁ ଏହାକୁ ବିରୋଧ ନକରି ଦେଶ ସେବାରେ ନିୟୋଜିତ ହେବାକୁ ଆହ୍ୱାନ ଦିଆଯାଇଥିଲା । ଏହି ପ୍ରକଳ୍ପ ଦ୍ୱାରା ଦେଶକୁ ଅଭିଜ୍ଞ ଯବାନ ମିଳିବେ । ଏହା ଛନାରେ ଡ଼ିସେମ୍ବରରେ ପ୍ରଥମ ବ୍ୟାଚ୍ ର ଟ୍ରେନିଂ ଥିବା ମଧ୍ୟ କହିଥିଲେ ତିନି ସେନାର ମୁଖ୍ୟ ।

ଦେଶର ସେବା କରିବା ପାଇଁ “ଅଗ୍ନିପଥ ଯୋଜନା” ମାଧ୍ୟମରେ କେନ୍ଦ୍ର ସରକାର ନିଯୁକ୍ତି ପ୍ରକିୟା ବାହାର କରିଥିବା ବେଳେ ଏହାକୁ ନେଇ ବିସ୍ତୁତ ତଥ୍ୟ ଦେଇଥିଲେ ପ୍ରତିରକ୍ଷା ବିଭାଗର ଅତିରିକ୍ତ ସଚିବ ଅନୀଲ ପୁରୀ ।

ଗତ ଦୁଇ ବର୍ଷ ହେବ କରୋନା ମହାମାରୀ କାରଣରୁ ନିଯୁକ୍ତି ହୋଇ ନଥିଲା । ତେଣୁ ବର୍ତ୍ତମାନ ୪ ବର୍ଷ ପାଇଁ ନିଯୁକ୍ତି ପ୍ରକ୍ରିୟା କରାଯାଇଥିବା ବେଳେ ଏହାକୁ ନେଇ ବ୍ୟାପକ ଅସନ୍ତୋଷ ବୃଦ୍ଧି ପାଇଛି ।

ସୁଚନା ଅନୁସାରେ ବାୟୁସେନାରେ ଅଗ୍ନିବୀରଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଦିଆଯିବ । ୧ କୋଟି ଟଙ୍କାର ବୀମା ସହ କ୍ୟାଣ୍ଟିନ୍ ସୁବିଧା ପାଇବେ ଅଗ୍ନିବୀର ।

ଏହା ଛଡ଼ା ଚାକିରୀ ସମୟରେ ପ୍ରାଣ ହରାଇଲେ ପରିବାରକୁ ମିଳିବ ୧ କୋଟି ଟଙ୍କା । ଡ଼୍ୟୁଟି ସମୟରେ ବିକଳାଙ୍ଗ ହେଲେ ମିଳିବ ୪୪ ଲକ୍ଷ ,ବର୍ଷକୁ ୩୦ ଦିନ ଛୁଟି ଏବଂ ମେଡ଼ିକାଲ ଛୁଟି ମଧ୍ୟ ମିଳିବ, ପ୍ରଥମ ବର୍ଷ ଅଗ୍ନିବୀରଙ୍କ ଦରମା ୩୦ ହଜାର ଟଙ୍କା ରହିବ ।

ଦରମାର ୨୧ ହଜାର ଟଙ୍କା ସିଧା ଆକାଉଣ୍ଟକୁ ଯିବ ଏବଂ ୯ ହଜାର ଟଙ୍କା ଅଗ୍ନିବୀର କର୍ପସ ଫଣ୍ଡକୁ ଯିବ । ପ୍ରତିବର୍ଷ ଦରମା ବୃଦ୍ଧି ହୋଇ ଚତୁର୍ଥ ବର୍ଷକୁ ୪୦ ହଜାର ଟଙ୍କା ମିଳିବ । ୪ ବର୍ଷ ପରେ ମିଳିବ ୧୦.୦୪ ଲକ୍ଷ ଟଙ୍କା । ସ୍ୱତନ୍ତ୍ର ୟୁନିଫର୍ମ ମଧ୍ୟ ମିଳିବ ବୋଲି କହିଥିଲେ ସଚୀବ ଅନୀଲ ପୁରୀ ।

Exit mobile version