ଜୁନ୍ ୨୭ରୁ ପିଜି ପାଇଁ ଆବେଦନ

(ଦ କୁଇଭର ବ୍ୟୁରୋ): କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଜୁନ ୨୭ରୁ SAMS ଜରିଆରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୧୨ ରହିଛି ଆବେଦନର ଶେଷ ତାରିଖ । ଅଗଷ୍ଟ ୧ ତାରିଖରୁ ୧୩ ତାରିଖ ମଧ୍ୟରେ ସବୁ ବିଷୟର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ସେପ୍ଟେମ୍ବର ୨୩ରେ ସ୍ପଟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଅଗଷ୍ଟ ୨୫ ରୁ ୩୦ ମଧ୍ୟରେ ଚୟସ ଫିଲିଙ୍ଗ, ସେପ୍ଟେମ୍ବର ୫ ରେ ସିଟ୍ ଆଲଟମେଣ୍ଟ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *