ଋତୁରାଜଙ୍କ ବ୍ୟବହାରକୁ ନେଇ ସମାଲୋଚନା: ଭାଇରାଲ ହେଉଛି ଏହି ଭିଡିଓ

(ଦ କୁଇଭର ବ୍ୟୁରୋ): ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟି -୨୦ ମ୍ୟାଚ୍ ବର୍ଷା ହେତୁ ବନ୍ଦ ହୋଇଯାଇଥିଲା । ଏହା ପରେ ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ୨-୨ ଡ୍ର ରହିଛି ।ଷ୍ଟାଡିୟମରେ ବାରମ୍ବାର ବର୍ଷା ଏବଂ ମ୍ୟାଚ୍ ବାତିଲ ହେବା ପରେ ପ୍ରଶଂସକମାନେ ନିରାଶ ହୋଇଥିଲେ । ତେବେ ଏହି ସମୟ ମଧ୍ୟରେ ଷ୍ଟାଡିୟମର ଏକ ଭିଡିଓ ଭାଇରାଲ ହେଉଛି । ଯାହା ଟିମ୍ ଇଣ୍ଡିଆର ଓପନର୍ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ୱାଡଙ୍କ ଖରାପ ବ୍ୟବହାର ଉପରେ ଉଠିଛି ପ୍ରଶ୍ନ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ତାଙ୍କୁ ଏବେ ସମାଲୋଚନାର ଶିକାର ହେବାକୁ ପଡିଛି ।

ଟ୍ୱିଟରରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ବର୍ଷା ଯୋଗୁଁ ଶେଷ ମ୍ୟାଚ ବାତିଲ ହେବା ପରେ ସାଥୀ ଖେଳାଳିଙ୍କ ସହ ମିଶି ଡଗଆଉଟରେ ବସିଥିଲେ ଋତୁରାଜ ଗାଏକ୍ୱାଡ । ଏହି ସମୟରେ ସେ ଦଳର ଅନ୍ୟ ଖେଳାଳିଙ୍କ ସହ ମଜା କରୁଥିଲେ, ସେହି ସମୟରେ ଜଣେ ଗ୍ରାଉଣ୍ଡମ୍ୟାନ ତାଙ୍କ ସହ ସେଲଫି ନେବାକୁ ଚେଷ୍ଟା କରୁଥିଲେ । ହେଲେ ଋତୁରାଜ ତାଙ୍କୁ ତାଙ୍କଠାରୁ ଦୂରେଇ ଯିବାକୁ କୁହନ୍ତି । ଏହା ପରେ ଦୀପକ ପାଖରେ ବସିଥିବା ହୁଡା ସହିତ କଥା ହେବା ଆରମ୍ଭ କଲେ । ଯଦିଓ ଗ୍ରାଉଣ୍ଡମ୍ୟାନ୍ ସେଲଫି ନେବାକୁ ଜାରି ରଖିଥିବାରୁ ଉଭୟ ଖେଳାଳି ଏଥିରେ ରାଗିଯାଇଥିଲେ । ଏହା ପରେ ଋତୁରାଜ ତାଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ। ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଋତୁରାଜଙ୍କ ଏହି ବ୍ୟବହାର ଦେଖିବା ପରେ କ୍ରିକେଟ୍ ପ୍ରଶଂସକମାନେ ବହୁତ ରାଗିଯାଇଛନ୍ତି । ଜଣେ ୟୁଜର୍ ଟୁଇଟ୍ କରି କହିଛନ୍ତି, ପ୍ରତ୍ୟେକ କ୍ରିକେଟର ରୋହିତ ଶର୍ମାଙ୍କ ଭଳି ନୁହଁନ୍ତି । ଋତୁରାଜର ଏହା ଅତ୍ୟନ୍ତ ଖରାପ ବ୍ୟବହାର । ଜଣେ କ୍ରିକେଟରଙ୍କଠାରୁ ଏହା ଆଶା କରାଯିବା ଉଚିତ୍ ନୁହେଁ । ଜଣେ ଉପଭୋକ୍ତା ଲେଖିଛନ୍ତି, ଯଦି ତୁମେ ହସଖୁସିରେ ସେଲଫି ନେବାକୁ ଦେଇଥିଲେ ତେବେ କ’ଣ ଭୁଲ୍ ହୋଇଥାନ୍ତା ? ଏପରି ଅନେକ କମେଣ୍ଟ ଦେବା ସହ ଏପରି ବ୍ୟବହାର ଦେଖି ତାଙ୍କ ପ୍ରଶଂସକମାନେ ଏହାକୁ ନିନ୍ଦାକରିଛନ୍ତି ।

Leave a Reply

Your email address will not be published. Required fields are marked *