ଭାଇରାଲ ହେଉଛି ମାତ୍ର ତିନୋଟି ଶବ୍ଦରେ ଇସ୍ତଫା ପତ୍ର: ଜାଣନ୍ତୁ କ’ଣ ?

(ଦ କୁଇଭର ବ୍ୟୁରୋ): ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ଅଜବଗଜବ ଭିଡିଓ କିମ୍ବା ଫୋଟ ଭାଇରାଲ ହୋଇଥାଏ । ଯାହାର ମଜା ଉଠାଇଥାନ୍ତା ଦର୍ଶକ । ହେଲେ ବର୍ତ୍ତମାନ ଏଭଳି ଏକ ଇସ୍ତଫା ପତ୍ର ଭାଇରାଲ ହେଉଛି ଯେଉଁଥିରେ ପଢିବାକୁ କିଛି ନାହିଁ କିନ୍ତୁ ଲୋକମାନେ ଏହାକୁ ବହୁତ ଉପଭୋଗ କରୁଛନ୍ତି ।

ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କର କେବଳ ତିନୋଟି ଶଦ୍ଦରେ ଲେଖିଥିବା ତାଙ୍କ ଇସ୍ତଫା ପତ୍ର ଖୁବ୍ ଭାଇରାଲ୍ ହେଉଛି । ଏମିତିକି ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର୍ ଧରିଛି। ଏହି ଇସ୍ତଫା ପତ୍ର ଭାଇରାଲ୍ ହେବା ପଛର ପ୍ରମୁକ କାରଣ ହେଉଛି ମାତ୍ର ୩ ଟି ଶଦ୍ଦରେ ହିଁ ଇସ୍ତଫା ପତ୍ର ଦିଆଯାଇଛି ।

ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ତାଙ୍କ ଇସ୍ତଫା ପତ୍ରରେ ଏପରି କ’ଣ ଲେଖାଯାଇଛି ଯେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ବାସ୍ତବରେ, ବ୍ୟକ୍ତି ଜଣକ ନିଜ ଇସ୍ତଫା ପତ୍ରରେ ଚାକିରି ଛାଡିବାର କୈଣସି କାରଣ ନ ଦର୍ଶାଇ କେବଳ ଲେଖିଛନ୍ତି, ‘ବାୟ ବାୟ ସାର୍’!’ ଏହାକୁ ମାଫାଙ୍ଗା ଏମବୁସୋ ନାମକ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି । ସୋସିଆଲ୍ ମିଡିଆରେ ଏହି ଇସ୍ତଫା ପତ୍ରର ଫଟୋ ପୋଷ୍ଟ୍ ହବା ସହ କ୍ୟାପ୍ସନ୍ରେ ‘ସିମ୍ପଲ୍’ଲେଖାଯାଇଛି । ଏହାସହ ଏହି ଫଟୋରେ ଅନେକ ୟୁଜର୍ସ ଲାଇକ୍ ଓ କମେଣ୍ଟ ଦେଇଛନ୍ତି । କେହି କେହି କର୍ମଚାରୀଙ୍କର ଏହି ଇସ୍ତଫା ପତ୍ରକୁ ଖୁବ୍ ପ୍ରଶଂସା କରିଥିବାବେଳେ ଅନ୍ୟ କେହି ଏହାକୁ ନିନ୍ଦା କରିଛନ୍ତି । ତେବେ ଏହି ଫୋଟର ସତ୍ୟତା ଉପରେ କିଛି ଜଣାପଡି ନାହିଁ ।

Leave a Reply

Your email address will not be published. Required fields are marked *