ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ (ଦ କୁଇଭର): NDAର ରାଷ୍ଟ୍ରପତି ପ୍ରାର୍ଥୀ ରୂପେ, ନାମାଙ୍କନ ପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁୁ । ସଂସଦ ଭବନରେ ବରିଷ୍ଠ ନେତାଙ୍କ ଗହଣରେ ନାମାଙ୍କନ ଦାଖଲ କଲେ ଦ୍ରୌପଦୀ । କଡ଼ା ସୁରକ୍ଷା ମଧ୍ୟରେ ଦ୍ରୌପଦୀ ଓଡ଼ିଶା ଭବନରୁ ବାହାରି ସଂସଦ ଭବନରେ ପହଞ୍ଚିବା ପରେ ନିଜର ସମର୍ଥକଙ୍କ ସହ ପ୍ରାର୍ଥିପତ୍ର ଭରିଛନ୍ତି । ଦ୍ରୌପଦୀ ପ୍ରାର୍ଥିପତ୍ର ଭରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମତେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଏନଡିଏର ବଡ଼ ବଡ଼ ନେତା ଉପସ୍ଥିତ ରହିଥିଲେ ।

ଦ୍ରୌପଦୀ ପ୍ରାର୍ଥିପତ୍ର ଭରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମତେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଏନଡିଏର ବଡ଼ ବଡ଼ ନେତା ଉପସ୍ଥିତ ରହିଥିଲେ । ତାହା ଛଡ଼ା କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଦି ନାମାଙ୍କନପତ୍ର ଦାଖଲ ସମୟରେ ଉପସ୍ଥିତ ରହିଥିଲେ। ନାମାଙ୍କନ ଦାଖଲ ସମୟରେ ଓଡ଼ିଶାର କିଛି ବିଧାୟକ ଏବଂ ସଂସଦ ମଧ୍ୟ ଉପସ୍ଥିତ ରହିଥିଲେ। ଖାଲି ସେତିକି ନୁହେଁ ଓଡ଼ିଶାରୁ ଦ୍ରୌପଦୀଙ୍କ ପାଇଁ ୧୦ ବିଜେପି ବିଧାୟକ ଏଥିରେ ସାମିଲ ହୋଇଥିବା ବେଳେ ବିଜେଡିର ୨ଜଣ ମନ୍ତ୍ରୀ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛନ୍ତି ।

Leave a Reply

Your email address will not be published. Required fields are marked *