ଦ୍ରୌପଦୀଙ୍କ ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ଲଢିଥିଲେ ଏହି ଆଦିବାସୀ ନେତା, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ (ଦ କୁଇଭର): ରାଷ୍ଟ୍ରପତି ନିର୍ବାଚନକୁ ନେଇ ଦେଶର ରାଜନୀତି ବେଶ ସରଗରମ ହୋଇଉଠିଛି । ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିଥିବା ବେଳେ ପାରସ୍ପରିକ ସହମତି ସହ ସମାନ ବିରୋଧୀ ଦଳ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିଛନ୍ତି। ଦୀର୍ଘ ଦିନ ଧରି ବିଜେପି ନିଜକୁ ଆଦିବାସୀମାନଙ୍କ ପାଇଁ ସବୁଠାରୁ ବିଶ୍ୱସ୍ତ ବୋଲି କହିଆସୁଛି, ଏପରି ପରିସ୍ଥିତିରେ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଦଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ଆଦିବାସୀ ସମ୍ପ୍ରଦାୟକୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା କରି ରାଜନୈତିକ ବାଜି ଲଗାଇଛି ।

ଏପର୍ୟ୍ୟନ୍ତ ଆଦିବାସୀ ସମ୍ପ୍ରଦାୟର କେହି ଭାରତରେ ରାଷ୍ଟ୍ରପତି ହୋଇପାରି ନାହାଁନ୍ତି। ଆଦିବାସୀ ସମ୍ପ୍ରଦାୟରୁ କୌଣସି ବ୍ୟକ୍ତିଙ୍କୁ ରାଷ୍ଟ୍ରପତି କରିବା ପାଇଁ ଦାବି ମଧ୍ୟ ଉଠି ଆସୁଛି । ଦେଶରେ ଅନୁସୂଚିତ ଜନଜାତି ଜନସଂଖ୍ୟା ପ୍ରାୟ ୮.୯ ପ୍ରତିଶତ ବୋଲି ବିବେଚନା କରାଯାଏ । ଅନେକ ରାଜ୍ୟରେ ଏହି ସମାଜ ରାଜନୈତିକ ଖେଳ ତିଆରି ଓ ବିଗାଡ଼ିର ଶକ୍ତି ରଖିଥାଏ ।

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡିଶାର ଜଣେ ଆଦିବାସୀ ନେତ୍ରୀ । ସେ ଝାଡଖଣ୍ଡର ରାଜ୍ୟପାଳ ମଧ୍ୟ ରହିଛନ୍ତି । ମୁର୍ମୁ ରାଇରଙ୍ଗପୁରରୁ ବିଧାୟକ ରହିଛନ୍ତି । ସେ ପ୍ରଥମ ଓଡ଼ିଶା ନେତ୍ରୀ ଯିଏକି ରାଜ୍ୟପାଳ ହୋଇଥିଲେ । ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ଆଦିବାସୀ ସମାଜକୁ ଏକ ବଡ଼ ବାର୍ତ୍ତା ଦେଇଛି । ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ ଏବଂ ଛତିଶଗଡରେ ବହୁ ସଂଖ୍ୟାରେ ଆଦିବାସୀ ଭୋଟର ଅଛନ୍ତି । ଚଳିତ ବର୍ଷ ଗୁଜୁରାଟରେ ଆସନ୍ତା ବର୍ଷ ଅବଶିଷ୍ଟ ତିନୋଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ଏନଡିଏ ଆଦିବାସୀ ସମାଜରୁ ପ୍ରାର୍ଥୀ କରିବା ଲାଭ ପାଇପାରେ ।

ସୂଚନାନୁସାରେ ୨୦୧୨ ମସିହାରେ, ପିଏ ସାଙ୍ଗମା ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପିଏ ସାଙ୍ଗମା ଗାରୋ ଆଦିବାସୀ ସମ୍ପ୍ରଦାୟର ଥିଲେ ଜ୍ଝ ତେବେ, ସେ ୨୦୧୬ ରେ ତାଙ୍କର ଦେହାନ୍ତ ହୋଇଥିଲା । ସେ ୟୁପିଏ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କ ବିରୋଧରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ସେ ଜିତିପାରିନଥିଲେ। ୟୁପିଏ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀ ଭୋଟ ମୂଲ୍ୟ ୭,୧୩,୭୬୩ (୬୯%) ସହିତ ବିଜେପିର ପିଏ ସାଙ୍ଗମା ଙ୍କ ଠାରୁ ଆଗରେ ରହି ଭାରତର ରାଷ୍ଟ୍ରପତି ହୋଇଥିଲେ। ସାଙ୍ଗମା ଭୋଟ୍ ମୂଲ୍ୟ ୩,୧୫,୯୮୭ ସହିତ ୩୦.୭ ପ୍ରତିଶତ ଭୋଟ୍ ମିଳିଥିଲା ।

ପିଏ ସାଙ୍ଗମା ବିଶ୍ୱାସ କରୁଥିଲେ ଯେ ଆଦିବାସୀମାନେ ଦେଶର ସର୍ବୋଚ୍ଚ ସ୍ତରରେ ପ୍ରତିନିଧିତ୍ୱ ଆବଶ୍ୟକ କରନ୍ତି। ସେ ବିଶ୍ୱାସ କରୁଥିଲେ ଯେ ଆଦିବାସୀମାନେ ଦଳରୁ ଦୂରେଇ ରହିଛନ୍ତି । ୨୦୧୨ ରେ ରାଷ୍ଟ୍ରପତି ନିର୍ବାଚନ ସମୟରେ ଶିକ୍ଷକ-ଓକିଲ ତଥା ତତ୍କାଳୀନ ନେତା ପିଏ ସାଙ୍ଗମା ଅନେକ ଦଳର ସମର୍ଥନ ଲୋଡିଥିଲେ କିନ୍ତୁ ସଫଳତା ପାଇପାରିନଥିଲେ ।

୧୯୯୬ ରେ ଲୋକସଭା ବାଚସ୍ପତି ତାଙ୍କ କ୍ୟାରିୟରର ଏକ ବଡ଼ ସଫଳତା ଥିଲା । ୧୯୪୭ ମସିହାରେ ପଶ୍ଚିମ ଗାରୋ ପାହାଡର ମେଘାଳୟର ଚାପଥୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୭୩ ମସିହାରେ, ପିଏ ସାଙ୍ଗମା ପ୍ରଦେଶ ଯୁବ କଂଗ୍ରେସ କମିଟିର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ୧୯୭୭ ଲୋକସଭା ନିର୍ବାଚନରେ ସାଙ୍ଗମା ତୁରା ନିର୍ବାଚନମଣ୍ଡଳୀରୁ ଜିତିବା ପରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ। ସେ ଆଠ ଥର ଲୋକସଭାର ସଦସ୍ୟ ଥିଲେ।

Leave a Reply

Your email address will not be published. Required fields are marked *