Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ହତ୍ୟା ନା ଆତ୍ମହତ୍ୟା ?

ଭୁବନେଶ୍ୱର (ଦ କୁଇଭର): ମରିଗଲେ ନା ମାରିଦେଲେ ? ପାରିବାରିକ ସମସ୍ୟା ନା ଆଉ କିଛି ? ହତ୍ୟା ନା ଆତ୍ମହତ୍ୟା ? କାହିଁକି କଲେ ଆତ୍ମହତ୍ୟା ? ଆର୍ଥିକ ସମସ୍ୟା କିଛି ଥିଲା କି ? କାହିଁକି ଏମିତି ଚରମ ପଦକ୍ଷପ ନେଲେ ରାଇମୋହନ ? ନା ଏହା ଏକ ଯୋଜନାବଦ୍ଧ ହତ୍ୟା ? ଯଦି ହତ୍ୟା ନୁହେଁ ତେବେ ଆତ୍ମହତ୍ୟା ପଛରେ କିଏ ? ଜଣା ପଡିବ କି ମୃତ୍ୟୁର ରହସ୍ୟ ? ଖୋଲିବ କି ରାଇମୋହନଙ୍କ ସୁଇସାଇଡ୍ ପଛର ସସ୍ପେନସ୍ । ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟାକୁ ନେଇ ଏମିତି ଏନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ସବୁବେଳେ ହସ ଖୁସିରେ ରହୁଥିବା ଏହି ଅଭିନେତାଙ୍କର ଆତ୍ମହତ୍ୟା ଖବର ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କେହି ବିଶ୍ୱାସ ମଧ୍ୟ କରିପାରୁନାହାଁନ୍ତି ଯେ ସେ ଆଉ ନାହାନ୍ତି ।

ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ରାଇମୋହନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ ହୋଇଛି । ହେଲେ ରାଇମୋହନଙ୍କ ଝୁଲନ୍ତା ଅବସ୍ଥାର ମୃତଦେହଦର ଦୃଶ୍ୟ ଭିନ୍ନ କିଛି କହୁଛି । ସାଧାରତଃ ଜଣେ ଆତ୍ମହତ୍ୟା କରିବାକୁ ଯାଇ ଝୁଲିପଡ଼ିଥିବା ବେଳେ ଛାଟିବାଡ଼େଇ ହେବା ଟା ସ୍ୱାଭାବିକ, ଫଳରେ ମୃତଦେହ ପାଖରେ ଥିବା ଚେୟାର ତଳେ ଗଡ଼ିଯିବା କଥା କିନ୍ତୁ ତାହା ହୋଇନାହିଁ । ଦ୍ୱିତୀୟତଃ ଜଣେ ବ୍ୟକ୍ତିର ଗୋଡ଼ ଯଦି ତଳେ ଲାଗିଥାଏ ସେ ଫାସିରେ ଝୁଲିଲେ ବି ମରିବା ସମ୍ଭବ ନୁହେଁ। ତେଣୁ ପାରିପାଶ୍ୱିର୍କ ଚିତ୍ର ଦେଖିବା ପରେ ରାଇମୋହନ ଆତ୍ମହତ୍ୟା କରିଥିବେ, ଏହା କେହି ସହଜରେ ଗ୍ରହଣ କରିପାରୁନାହାନ୍ତି ।

କରୋନା ସମୟରେ ଅନେକ କଳାକାରଙ୍କୁ ହରାଇଛି, ଓଲିଉଡ ଜଗତ । ଯାହା ଓଲିଉଡ ପାଇଁ ଏକ ଅପୂରଣୀୟ କ୍ଷତି । କିନ୍ତୁ ହଠାତ୍ ରାଇମୋହନଙ୍କ ପରି ଜଣେ ହସଖୁସି ଓ ମିଷ୍ଟଭାଷୀ ଲୋକ ଆତ୍ମହତ୍ୟା କରିବାକୁ ଅତି ସହଜରେ ଗ୍ରହଣ କରିବାରୁନାହାନ୍ତି ଲୋକେ । ସେ ଆତ୍ମହତ୍ୟା ପୂର୍ବରୁ ସ୍ତ୍ରୀ ଓ ଝିଅଙ୍କୁ ବାଏ ବୋଲି ମେସେଜ୍ କରିଥିବା ମଞ୍ଚେଶ୍ୱର ପୋଲିସ କହିଛି । ଗୋଟେପଟେ ରାଇମୋହନଙ୍କ ମୃତ୍ୟୁ ସସପେନ୍ସ ଓ ଅନ୍ୟପଟେ ମୋବାଇଲର ଏହି ମେସେଜ୍ ଘଟଣାକୁ ଆହୁରି ଦ୍ୱନ୍ଦ ଭିତରକୁ ଠେଲି ଦେଉଛି । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ସାରିଥିବା ବେଳେ ପୋଷ୍ଟମୋର୍ଟମ ରିପୋର୍ଟ କଣ ଆସୁଛି ତାହା ଦେଖିବାକୁ ବାକି ରହିଲା ।

Exit mobile version