ରାମନାଥଙ୍କ ନୂଆ ଠିକଣା ଜନପଥ ୧୨

ନୂଆଦିଲ୍ଲୀ (ଦ କୁଇଭର): ଆସନ୍ତା ଜୁଲାଇ ୨୪ ତାରିଖରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ରାଷ୍ଟ୍ରପତି ପଦବୀରୁ ଅବସର ନେବା ପରେ ରାମନାଥଙ୍କ ନୂଆ ଠିକଣା ପାଲଟିବ ଜନପଥ ୧୨ । କାରଣ ସେ ପ୍ରଥମ ନାଗରିକରୁ ସାଧାରଣ ନାଗରିକ ପାଲଟିବା ପରେ ରାମନାଥଙ୍କୁ ରାଇସିନା ହିଲ୍ ଛାଡିବାକୁ ପଡିବ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ, ୨୦୨୨ରେ ପରଲୋକ ହେବା ପୂର୍ବରୁ ପ୍ରାୟ ୩ ଦଶନ୍ଧି ଧରି ଯେଉଁ ବଙ୍ଗଳାରେ ରହୁଥିଲେ, ସେଠାରେ ରାଷ୍ଟ୍ରପତି ରାମାନଥ କୋବିନ୍ଦଙ୍କ କାର୍ୟ୍ୟକାଳ ଶେଷ ହେବା ପରେ ତାଙ୍କର ନୂଆ ଠିକଣା ହୋଇପାରେ । ଲୁଟିଏନ୍ସ ଦିଲ୍ଲୀର ୧୨ ଜନପଥସ୍ଥିତ ବଙ୍ଗଳାକୁ କୋବିନ୍ଦଙ୍କ ପାଇଁ ପ୍ରସ୍ତୁତ କରାଯାଉଛି । ନିକଟରେ ରାମନାଥ କୋବିନ୍ଦଙ୍କ ଝିଅ ଏହି ବଙ୍ଗଳାକୁ ନିରୀକ୍ଷଣ କରିଥିଲେ । ପୂର୍ବରୁ ଏହି ବଙ୍ଗଳାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆବଣ୍ଟିତ କରାଯାଇଥିଲା ।

ଏହି ବଙ୍ଗଳା ଲୁଟିୟନ୍ସ ଦିଲ୍ଲୀର ସବୁଠାରୁ ବଡ଼ ବଙ୍ଗଳା ମଧ୍ୟରେ ଅନ୍ୟତମ । ପରେ ବୈଷ୍ଣବଙ୍କୁ ପୃଥ୍ମୀରାଜ ରୋଡସ୍ଥିତ ଆବାସ ଆବଣ୍ଟିତ କରାଯାଇଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୧୨ ଜନପଥ ବଙ୍ଗଳା ଏପର୍ୟ୍ୟନ୍ତ ସରକାରୀଭାବେ କାହାରିକୁ ଆବଣ୍ଟିତ କରାଯାଇନାହିଁ । ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନୂଆ ବାସସ୍ଥଳୀ ଭାବେ ପ୍ରସ୍ତୁତ କରାଯାଉଛି । ନିଜର କାର୍ୟ୍ୟକାଳ ସମାପ୍ତ ହେଲା ପରେ ଏଥିରେ ସେ ରହିବେ । ସୂଚନାଯୋଗ୍ୟ ରାମନାଥ କୋବିନ୍ଦଙ୍କ କାର୍ୟ୍ୟକାଳ ଆସନ୍ତା ଜୁଲାଇ ୨୪ ତାରିଖରେ ଶେଷ ହେବ ।

Leave a Reply

Your email address will not be published. Required fields are marked *