ଜୀବନ୍ତ ଧରାଗଲା ମୁମ୍ୱାଇ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଦ୍ ମୀର  

ମୁମ୍ୱାଇ(ଦ କୁଇଭର): ମୁମ୍ୱାଇରେ ୨୬ ନଭେମ୍ୱର, ୨୦୦୮ ( ୨୬/୧୧) ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଦ୍ ମୀରକୁ କଥିତ ଭାବେ ପାକିସ୍ତାନରେ ହେପାଜତକୁ ନିଆଯାଇଛି। ଏଫବିଆଇ ଦ୍ୱାରା ମୀରକୁ ମୋଷ୍ଟ ୱାଟେଣ୍ଡ ଆତଙ୍କୀ ଘୋଷିତ କରାଯାଇଛି। ଆମେରିକୀୟ ଏଜେନ୍ସି ମୀର ବିରୋଧରେ ବିଦେଶୀ ସରକାରଙ୍କର ସମ୍ପତ୍ତିକୁ କ୍ଷତି ପହଞ୍ଚାଇବାର ଚକ୍ରାନ୍ତ କରିବା , ଆତଙ୍କବାଦୀଙ୍କୁ ସହାୟତା ପ୍ରଦାନ କରିବା , ଆମେରିକାର ବାହାରେ ଜଣେ ନାଗରିକଙ୍କୁ ହତ୍ୟା କରିବା ଓ ସର୍ବସାଧାରଣ ସ୍ଥାନରେ ବୋମାମାଡ଼ କରିବା ଅଭିଯୋଗରେ ମୋଷ୍ଟ ୱାଟେଣ୍ଡ ଆତଙ୍କୀ ଘୋଷିତ କରାଯାଇଛି।

ସୂଚନାଯୋଗ୍ୟ, ସାଜିଦ ମୀର ଏଫବିଆଇର କୁଖ୍ୟାତ ଆତଙ୍କବାଦୀ ତାଲିକାରେ ଥିଲା । ପାକିସ୍ତାନ ସବୁବେଳେ ସାଜିଦ ମୀରର ଉପସ୍ଥିତିକୁ ଅସ୍ୱୀକାର କରୁଥିଲା । ପାକିସ୍ତାନୀ ସରକାର ଦାବି କରୁଥିଲା ଯେ, ସାଜିଦର ମୃତ୍ୟୁ ହୋଇସାରିଛି । ଆମେରିକୀୟ ସଂସ୍ଥା ଏଫବିଆଇ ସାଜିଦ ମୀର ନାଁରେ ୫ ଲକ୍ଷ ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା । ମୁମ୍ବାଇର ୨୬/୧୧ ଆକ୍ରମଣରେ ୧୭୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାଦିନ ଆତଙ୍କବାଦୀମାନେ ହୋଟେଲ ତାର, ଟ୍ରାଇଡେଣ୍ଟ ଉପରେ ଅତର୍କିତ ଭାବେ ଗୁଳିବର୍ଷା କରିଥିଲେ । ଆତଙ୍କବାଦୀ ସାଜିଦକୁ ୧୫ ବର୍ଷ ଜେଲ ସହ ୪ ଲକ୍ଷରୁ ଅଧିକ ଟଙ୍କା ଜରିମାନା ମଧ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *