ଗୁଡ୍ ନ୍ୟୁଜ୍ ଦେଲେ ଆଲିଆ

(ଦ କୁଇଭର): ବିବାହର ତିନି ମାସ ନପୁରୁଣୁ ରଣବୀର କପୁରଙ୍କୁ ଆଲିଆ ଭଟ୍ଟ ଏକ ଖୁସି ଖବର ଦେଇଛନ୍ତି। ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ବାପା ମାଆ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଆଲିଆ ଭଟ୍ଟ ପ୍ରଶଂସକଙ୍କ ସହ ଗର୍ଭଧାରଣର ଖୁସି ଖବର ଦେଇଛନ୍ତି । ଅଭିନେତ୍ରୀଙ୍କ ଏହି ପୋଷ୍ଟ କିଛି ମିନିଟ ମଧ୍ୟରେ ଭାଇରାଲ ହୋଇଛି।

https://www.instagram.com/p/CfS-_HvMhQ8/?utm_source=ig_web_copy_link

ସୋମବାର ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଇନଷ୍ଟା ହ୍ୟାଣ୍ଡେଲରେ ଦୁଇଟି ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି। ଆଉ ଫଟୋର କ୍ୟାପସନ ଲେଖାଛନ୍ତି, ‘ଆମ ସନ୍ତାନ… ଖୁବଶୀଘ୍ର ଆସୁଛି’। ଗୋଟିଏ ଫଟୋରେ ଆଲିଆ ଭଟ୍ଟଙ୍କ ସହ ରଣବୀର କପୁର ଡାକ୍ତରଖାନାରେ ନଜର ଆସିଛନ୍ତି। ଉଭୟ ମନିଟରରେ ସେମାନଙ୍କର ଆଗାମୀ ଶିଶୁର ଝଲକ ଦେଖୁଛନ୍ତି। ଏହି ସମୟରେ ଆଲିଆଙ୍କ ମୁହଁରେ ବହୁତ ସୁନ୍ଦର ହସ ଦେଖାଯାଉଛି। ତେବେ ସ୍ରୀନରେ ଏଲ ଲଭ୍ ଇମୋଜୀ ଦେଇ ସେ କିଛି ଲୁଚାଇବାକୁ ଚେଷ୍ଟା କରିଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ରଣବୀର କପୁର ଏବଂ ଆଲିଆ ଭଟ୍ଟ ଚଳିତ ବର୍ଷ ଏପ୍ରିଲ ୧୪ ତାରିଖରେ ବିବାହ କରିଥିଲେ। ମୁମ୍ବାଇରେ ଆୟୋଜିତ ବିବାହ ଉତ୍ସବରେ ବହୁ ନାମିଦାମୀ ସେଲିବ୍ରେଟି ସାମିଲ ହୋଇଥିଲେ। ବିବାହ ବନ୍ଧନରେ ବାନ୍ଧି ହେବାପରେ ପ୍ରଥମ ଥର ନବଦମ୍ପତି ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ।

Leave a Reply

Your email address will not be published. Required fields are marked *