ରଥଯାତ୍ରା ବେଳେ ମାସ୍କ ବାଧ୍ୟତାମୂଳକ: ବିଜୟ ମହାପାତ୍ର

ପୁରୀ (ଦ କୁଇଭର): ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଆଗକୁ ରଥଯାତ୍ରା ଆସୁଛି ସେଥିପାଇଁ ଭିଡ ହେବ । ଏନେଇ ସମସ୍ତଙ୍କୁ ସାବଧାନ ରହିବାକୁ ପଡିବ ।

ଆଉ ୩ ଦିନ ପରେ ରଥଯାତ୍ରା ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି । ଲକ୍ଷଣ ଥିଲେ ଭିଡକୁ ନ ଯିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ତେବେ ଭିଡକୁ ନ ଯାଇ ଘରେ ବସି ଟେଲିଭିଜନ ମାଧ୍ୟମରେ ରଥଯାତ୍ରା ଦେଖିବାକୁ କହିଛନ୍ତି । ସେହିପରି ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ ଏବଂ ସମସ୍ତେ ମାସ୍କ ପିନ୍ଧନ୍ତୁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ‘ଏବେ କିଛି ମାତ୍ରାରେ ସଂକ୍ରମଣ ବଢ଼ିଛି । ଟେଷ୍ଟିଂ ବଢ଼ିବ, ପୁରୀରେ ହେଲଥ କ୍ୟାମ୍ପ ହେବ । ପୁରୀ ଷ୍ଟେସନ, ବସଷ୍ଟାଣ୍ଡ, ବଡ଼ଦାଣ୍ଡରେ ହେଲଥ କ୍ୟାମ୍ପ ଖୋଲିବ । ତେଣୁ ଲକ୍ଷଣ ଥିଲେ ହେଲଥ କ୍ୟାମ୍ପ ଯାଇ ଚିକିତ୍ସା କରାନ୍ତୁ । ରଥଯାତ୍ରା ପାଇଁ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ସମୀକ୍ଷା କରିବେ । ଲକ୍ଷଣ ଥିଲେ ପୁରୀ ଯାଆନ୍ତୁ ନାହିଁ । ଘରେ ବସି ଟିଭିରେ ରଥଯାତ୍ରା ଦେଖନ୍ତୁ । ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ ।

Leave a Reply

Your email address will not be published. Required fields are marked *