ରିଲାଏନ୍ସ ଜିଓର ନିର୍ଦ୍ଦେଶକ ହେଲେ ଆକାଶ ଅମ୍ବାନୀ

ନୂଆଦିଲ୍ଲୀ (ଦ କୁଇଭର): ଦେଶର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓରେ ପରିଚାଳନା ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ପୁଅକୁ ବଡ ଦାୟିତ୍ୱ ଦେଲେ ମୁକେଶ ଅମ୍ବାନୀ । ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓର ନୂତନ ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ନେବେ ଆକାଶ ଅମ୍ବାନୀ । ମାର୍କେଟ ରେଗୁଲେଟୋରୀ (SEBI)କୁ ଦିଆଯାଇଥିବା ସୂଚନାରେ ରିଲାଏନ୍ସ ଜିଓ କହିଛି ଯେ ୨୭ ଜୁନ୍ ୨୦୨୨ ରେ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରିଲାଏନ୍ସ ଜିଓ ବୋର୍ଡ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଚେୟାରମ୍ୟାନ୍ ଭାବରେ ନିଯୁକ୍ତିକୁ ଅନୁମୋଦନ କରାଯାଇଛି । ଜୁନ୍ ୨୭ ଅର୍ଥାତ ଆଜି ମୁକେଶ ଅମ୍ବାନୀ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ଆକାଶ ଅମ୍ବାନୀ ୨୦୧୪ ରେ ରିଲାଏନ୍ସ ଜିଓ ବୋର୍ଡରେ ଯୋଗ ଦେଇଥିଲେ ।

ଏଥିରେ ଆକାଶ ଅମ୍ବାନୀଙ୍କୁ ଜିଓ ଟେଲିକମର ନିର୍ଦ୍ଦେଶକ ପଦ ଦିଆଯାଇଥିବା ବେଳେ ପଙ୍କଜ ମୋହନ ପାୱାର ପରିଚାଳନା ନିର୍ଦ୍ଦେଶକ ଓ ଅତିରିକ୍ତ ନିର୍ଦ୍ଦେଶକ ଭାବେ ରାମିନ୍ଦର ସିଂ ଗୁଜରାଲ ଓ କେ,ବି ଚୌଧୁରୀଙ୍କୁ ଦାୟୀତ୍ୱ ହସ୍ତାନ୍ତର କରାଯାଇଛି । ଏହି ନିଯୁକ୍ତି ୨୦୨୨ ଜୁନ ୨୭ ରୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଯଦି ଆକାଶ ଅମ୍ବାନୀଙ୍କ କଥା କୁହାଯିବ ତେବେ ସେ ୨୦୧୪ ମସିହାରେ ବ୍ରାଉନ ୟୁନିଭରସିଟିରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ପରିବାର ବ୍ୟବସାୟ ସହିତ ଜଡିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *